ଭାଲୁ ଖେଳୁଛନ୍ତି ଫୁଟବଲ

ଉମରକୋଟ : ଭାଲୁ ଖେଳୁଛନ୍ତି ଫୁଟବଲ ! ଏଭଳି ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି  ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁର୍ତୁମା ପଂଚାୟତ ସୁକିଗାଁରେ ।

ମିଳିଥିବା ସୂଚନା ମୁତାବକ ରବିବାର ସକାଳେ  ସୁକିଗାଁ ପଡ଼ିଆରେ  ଗ୍ରାମର ପିଲା ମନେ ଫୁଟବଲ ଖେଳିବାକୁ ଯାଇଥିଲେ । ଖେଳ ଚାଲିଥିବା ବେଳେ  ହଠାତ ଦୁଇଟି ଭାଲୁ ଜଙ୍ଗଲ ମଧ୍ୟରୁ ପଡ଼ିଆକୁ ପଳେଇଆସିଥିଲେ । ଫଳରେ ପିଲାମାନେ ଭୟରେ ଫୁଟବଲକୁ ଛାଡି ପଳାଇଥିଲେ । ଏହି ସମୟରେ ଉଭୟ ଭାଲୁ ଫୁଟବଲକୁ ନେଇ ଖେଳିବା ଆରମ୍ଭ କରିଦେଇଥିଲେ । ପିଲାମାନେ ଦୂରରୁ ରହି ଏହି ଖେଳର ମଜା ନେଇଥିଲେ । ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସମ୍ବନ୍ଧିତ ଖବର