୫୦ ଘଣ୍ଟା ଗଛରେ ରହିବା ପରେ ଉଦ୍ଧାର ହେଲା ଭାଲୁ, ଦେଖନ୍ତୁ କିପରି ହେଲା ଉଦ୍ଧାର

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗ୍ରାମରେ ଗତ ତାଲିଠାରୁ ଗଛରେ ଚଢି ବସିଥିବା ଭାଲୁକୁ ଆଜି ବନବିଭାଗ ଉଦ୍ଧାର କରିଛି । ଦୀର୍ଘ ୫୦ ଘଣ୍ଟାରୁ ଅଧିକ ସମୟ ଧରି ଏକ ନିମ ଗଛରେ ରହିବା ପରେ ଆଜି ତାକୁ ଉଦ୍ଧାର କରାଯାଇଛି ।

ରବିବାର ରାତିରେ ଭାଲୁଟି ଗ୍ରାମ ଭିତରକୁ ଖାଦ୍ୟ ଅନ୍ୱେଷଣରେ ପସି ଆସିଥିଲା । ସକାଳୁ ଜଙ୍ଗଲକୁ ଫେରି ନ ପାରି ଗାଁର ଏକ ପୋଖରୀ ପାଖେ ରହିଯାଇଥିଲା ।

ପାହାନ୍ତିଆ ସମୟରେ କିଛି ଗ୍ରାମବାସୀ ଭାଲୁଟିକୁ ଦେଖିବା ମାତ୍ରେ ଭାଲୁଟି ଭୟଭୀତ ହେଇ ନିକଟସ୍ଥ ଏକ ନିମ୍ବ ଗଛ ଉପରକୁ ଚଡ଼ିଯାଇଥିଲା । ଭାଲୁ ଦେଖିବାକୁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲ।। କିନ୍ତୁ ଭାଲୁ ଥିବା ଅଞ୍ଚଳକୁ ଲୋକେ ଭୟରେ କେହି ଯାଇ ପାରୁନଥିଲେ  ।  ଥମେ ଭାଲୁଟି ୩୦ ଫୁଟ ଉପରେ ଥିଲା। କିନ୍ତୁ ଜଙ୍ଗଲ ବିଭାଗର କର୍ମଚାରୀ ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀ ଅଞ୍ଚଳ ଛାଡ଼ିବା ପାଇଁ ଅନୁରୋଧ କରିବା ପରେ ଅଞ୍ଚଳଟି ଖାଲି ହେବା ପରେ ସନ୍ଧ୍ୟାରେ ଭାଲୁଟି ତଳକୁ ଖସି ଆସି ୧୦ ଫୁଟ ଉଚ୍ଚତାରେ ବସିଥିଲା ।

ସମ୍ବନ୍ଧିତ ଖବର