ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଭଗାମୁଣ୍ଡା ସାପ୍ତାହିକ ହାଟରେ ଗତକାଲି ଅପରାହ୍‌ଣରେ ପୁରୀ ଜିଲ୍ଲା ପିପିଲି ଥାନା ବୀରପୁରୁଷୋତ୍ତମପୁର ଗ୍ରାମର କାଳିଆ ଶିକାରୀଙ୍କ ପୁଅ ରାଜା (୨୪) ମୋବାଇଲ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ ଧରି ନିସ୍ତୁକ ପିଟିଛନ୍ତି।

Advertisment

ଖବର ପାଇ ହରିଚନ୍ଦନପୁର ପୁଲିସ ପହଞ୍ଚି ତାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ରାଜା ସାଙ୍ଗରେ ଆସିଥିବା ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏନେଇ କେସ୍‌ ନମ୍ବର ୯୯/୨୩ ଦଫା ୩୭୯, ୩୪ ଆଇପିସିରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି।