ମାଲକାନଗିରି: ବାର୍‌ହା ଶିକାର ଫାଶରେ ଲାଖିଲା ଭାଲୁ

ମାଲକାନଗିରି: ବାର୍‌ହା ଶିକାର ପାଇଁ ଲଗାଯାଇଥିଲା ଫାଶ। ହେଲେ ରାତିରେ ସେହି ି ଫାଶରେ ଫସିଲା ଏକ ଭାଲୁ। ଭାଲୁୁର ଗର୍ଜନ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିିଥିଲେ ମଧ୍ୟ ଭାଲୁଟି ଉଦ୍ଧାାର ପରେ ଆକ୍ରମଣ କରିବାର ଆଶଙ୍କା କରି କେହି ତାକୁୁ ଉଦ୍ଧାର କରିବାକୁ ସାହସ କରି ପାରି ନ ଥିଲେ। ଶେଷରେ ଖବର ପାଇ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ ଭାଲୁଟିକୁ ଫାଶରୁ ଉଦ୍ଧାର କରିବା ପାଇଁ ନାକେଦମ୍‌ ହେବା ପରେ ଶେଷର ସଫଳ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମାଲକାନଗିରି ଉପକଣ୍ଠ ଶତିଗୁଡ଼ା ଗାଁ ନିକଟରେ ଥିବା ଭୈରବୀ ମନ୍ଦିିର ନିକଟରେ ଏକ ଭାଲୁ ଫାଶରେ ପଡ଼ିଥିବା ଦେଖିବାକୁ ମିଳିଥିଳା। ବାର୍‌ହା ଶିକାର ପାଇଁ ବସା ଯାଇଥିବା ଫାଶରେ ପଡ଼ି ଭାଲୁଟି ଛଟପଟ ହୋଇ ଗର୍ଜନ କରିଥିଲା। ତବେ ସକାଳେ ଶତାଗୁଡ଼ା ଗ୍ରାମର କିଛି ଲୋକ ଭାଲୁଟି ଫାଶରେ ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଅଧିକାରୀମାନେ ପ୍ରଥମେ ଏକ ପ୍ଲାଷ୍ଟିକ୍‌୍‌ ଜାଲ ପକାଇ ଭାଲିଟିକୁ କାବୁ କରିବା ପରେ ଫାଶରୁ ଏହାକୁ ଗ୍ରାମବାସୀମାନଙ୍କ ସହାୟତାରେ ଉଦ୍ଧାର କରିଛନ୍ତି। ତେବେ ଭାଲୁର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାର ଚିକିସା ପରେ ଜଙ୍ଗଲରେ ଛାଡ଼ି ଦିଆ-ଯିବ ବୋଲି ଜଣାପଡ଼ିିଛି।

ସମ୍ବନ୍ଧିତ ଖବର