ମନ୍ଦିର ଖୋଲିବାରୁ ମାଂସ ଭୋଜି ଦେଲେ ଦୃଷ୍ଟିହୀନ ଭିକାରୀ

ଉମରକୋଟ : କରୋନା ମହାମାରୀ ଲୋକ ଙ୍କ ର ଜୀବନ ଜୀବିକା କୁ ନଷ୍ଟ କରିଦେଇଥିଲା । ସରକାର କରୋନାରେ ମନ୍ଦିର ମଧ୍ୟ ବନ୍ଦ କରିଥିଲେ । ଫଳରେ ମନ୍ଦିର ସମ୍ମୁଖ ରେ ବସି ଭିକ ମ।ଗୁଥିବା ଭିକାରୀ ମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଥିଲା । ଏହିପରି ସମୟ ରେ ଜଣେ ଭିକାରୀ କରୋନା କମିବା ସହ ମନ୍ଦିର ଖୋଲିଲେ ମାଂସ ଭୋଗ ସହ ଅନ୍ନ ପ୍ରସାଦ ଭୋଗ ଲଗାଇବେ ବୋଲି ଠାକୁରାଣୀ ମା ଙ୍କ ନିକଟ ରେ ମନୋସ୍କାମନା କରିଥିଲେ । ତାଙ୍କ ମନୋସ୍କାମନା ପୂରଣ ହେବାରୁ  ସେ ସଞ୍ଚୟ କରିଥିବା ଟଙ୍କା ରେ ପ୍ରାୟ ୧୦୦ ଜନ ଲୋକ ଙ୍କୁ ଅନ୍ନ ଭୋଗ ଦେଇଛନ୍ତି ତାହା ପୁଣି ଛେଳି ମାଂସ ତରକାରୀ ସହ । ଘଟଣା ଘଟିଛ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ।

ମଙ୍ଗଳୁ ଜ।ନି। ଘର ଡ଼।ବୁଗାଁ ନିକଟସ୍ଥ ମାନି ଗାଁ । ପିଲାବେଳୁ  ଦୃଷ୍ଟିହୀନ ମଙ୍ଗଳୁ ।୧୯୫୮ ମସିହାରେ ସେ ନିଜ ଗ୍ରାମ ଛାଡ଼ି ଉମରକୋଟ ଆସିଲେ। ୧୯୬୦ରୁ ଉମରକୋଟର ଅଧିଷ୍ଠାତ୍ରୀ ଠାକୁରାଣୀ ମା’ ପେନ୍ଦ୍ର।ଣି ମନ୍ଦିର ସମ୍ମୁଖରେ ଭିକ୍ଷା ବୃତ୍ତି କରି  ପେଟକୁ ଦାନା ଯୋଗାଡ଼ କରନ୍ତି । ଏହା ସହିତ ସେ  ଶିବ ମନ୍ଦିର ଓ ମା ମଙ୍ଗଳ।ଙ୍କ ମନ୍ଦିର ସମ୍ମୁଖ ରେ ଭିକ୍ଷା ବୃତ୍ତି କରନ୍ତି। ଆଉ ସବୁ ଠାରୁ ଆଶ୍ଚର୍ଯ୍ୟ ହେଲା ସେ ଦୃଷ୍ଟିହୀନ ହେଲେ ବି କାହାର ସାହାରା ନ ନେଇ ଚଳ ପ୍ରଚଳ କରନ୍ତି  ଓ ଯେତେ ବେଳେ ସମୟ ପଚାରିଲେ ନିର୍ଭୁଲ ସମୟ କହିପାରନ୍ତି।

ମାତ୍ର କରୋନା ଆସିବ। ପରେ ମଙ୍ଗଳୁଙ୍କ ଜୀବନ ନିର୍ବାହ କରିବା ମୁସ୍କିଲ ହେଇଗଲା । ସେ ତାଙ୍କ ପାଇ ଯେତେ ଚିନ୍ତା କରିନଥିଲେ ତାଙ୍କ ସହଯୋଗୀ ଭିକାରୀ ମାନଙ୍କ ଅବସ୍ଥାକୁ ନେଇ ବହୁ ଚିନ୍ତିତ ହେଇ ପଡିଥିଲେ । ସେ ମା’ ପେନ୍ଦ୍ର।ଣିଙ୍କ ନିକଟ ରେ ଯାଇ ମନୋସ୍କାମନା କଲେ ଯେ  କରୋନା ରୋଗ ରୋଗ ଦୂର ହେଉ ଆଉ ମନ୍ଦିର ଖୋଲୁ ।  କରୋନା କମିବା ସହ ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେବା ପରେ ତାଙ୍କର ମନୋସ୍କାମନା ପୂରଣ ହୋଇଥିଲା ।

ମନୋସ୍କାନା ପୂରଣ ହେବା ପରେ ମଙ୍ଗଳୁ ନିଜ ଜମା ଟଙ୍କାରେ ମା ପେନ୍ଦ୍ର।ଣି ମନ୍ଦିରରେ ନିଜ ସମ୍ପର୍କୀୟ, ସହଯୋଗୀ , ଶିର।, ପୁଜାରୀ ଏହିପରି ୧୦୦ ଲୋକଙ୍କୁ ଅନ ପ୍ରସାଦର ବ୍ୟବସ୍ଥା କରିଥିଲେ। ଛେଳି ମଧ୍ୟ ବଳି ଦେଇଥିଲେ ମଙ୍ଗଳୁ। ମାଂସ ତରକାରୀ, ଡାଲି ଓ ଭାତ ଥିଲା ଖାଇବାରେ। ଏପରି କି ଆମିଷ ନ ଖାଇବ। ଲୋକଙ୍କ ପାଇଁ ସାଧ। ତରକାରୀର ମଧ୍ୟ  ବ୍ୟବସ୍ଥା କରିଥିଲେ ।

ସମ୍ବନ୍ଧିତ ଖବର