ଖୋର୍ଦ୍ଧା: ମାମଲା ରୁଜୁ ନକରିବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ଲାଂଚ ନେଉଥିବା ବେଳେ ବେଗୁନିଆ ଫରେଷ୍ଟର ଭିଜିଲାନ୍ସ ହାତରେ ଧରାପଡ଼ିଛି।
ଭିଜିଲାନ୍ସ ଡିଏସ୍ପି ସୁଶାନ୍ତ ପାଣିଗ୍ରାହୀଙ୍କ ସୂଚନାନୁସାରେ, ବେଗୁନିଆ ପରିଛଳ ଅଧୀନ କୋଚିଆଖଳାର ଚୈତନ୍ୟ ମହାରଣା ଜଣେ କାଠ ବେପାରୀ। ତାଙ୍କ ଘରେ କିଛି ଦିନ ପୂର୍ବେ ଏକ ବେଆଇନ ବନ୍ୟଜାତ ସମ୍ପଦ କାରବାର ଅଭିଯୋଗକୁ ନେଇ ଫରେଷ୍ଟର ଅକ୍ଷୟ କୁମାର ମୁଦୁଲି ଏକ ଚଢ଼ଉ କରିଥିଲେ। ଚଢ଼ଉରେ କୌଣସି ଆପତ୍ତିିଜନକ ବସ୍ତୁ ଜବତ ହୋଇନଥିଲା। ତେବେ ଫରେଷ୍ଟର ଏହାପରେ ଚୈତନ୍ୟଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ କରିବାକୁ ଧମକାଇବା ସହ ୫ହଜାର ଟଙ୍କା ଦାବି କରୁଥିଲେ। ଏନେଇ ଚୈତନ୍ୟ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଆଜି ଚୈତନ୍ୟ ୫୦୦୦ଟଙ୍କା ନେଇ ଫରେଷ୍ଟର ଶ୍ରୀ ମୁଦୁଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ନିକଟରୁ ରଙ୍ଗବୋଳା ନୋଟ୍ ଜବତ କରାଯାଇଛି ଓ ଫରେଷ୍ଟରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବେଗୁନିଆ ଫରେଷ୍ଟର
/sambad/media/post_attachments/wp-content/uploads/2020/10/Vigilance-trap-khordha.jpeg)