ଖୋର୍ଦ୍ଧା: ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ବୁଧବାର ଉତ୍ତ୍ୟକ୍ତ ଲୋକେ ବେଗୁନିଆ ଥାନା ଭିତରେ ପଶି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ପୁଲିସ ଭଙ୍ଗାରୁଜା କରିଥିବା ଅଭିଯେୋଗରେ ୬ରୁ ଊର୍ଧ୍ୱ ଲୋକଙ୍କୁ ଗିରଫ କରିବା ସହିତ ୩ରୁ ଅଧିକ ଗାଡ଼ିକୁ ଜବତ କରିଛି।

Advertisment

ସୂଚନାଯୋଗ୍ୟ, ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ କିଛି ଦିନ ପୂର୍ବେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପକ୍ଷରୁ ଦୁର୍ବବ୍ୟବହାର କରାଯାଇଥିବା ସହ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପୁଲିସକୁ ଏ ନେଇ ଏଫଆଇଆର୍‌ ଦିଆ ଯାଇଥିଲା। ଏହି ଅଭିଯୋଗ ସତ୍ତ୍ୱେ ଏଯାବତ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଫଳରେ ଏଥିରେ ପୂର୍ବତନ ସରପଞ୍ଚଙ୍କ ଶତାଧିକ ସମର୍ଥକ ବେଗୁନିଆ ଥାନା ଘେରାଉ କରିଥିଲେ। ଏହି ଘେରାଉ ସମୟରେ ଲୋକେ ଥାନା ଭିତରେ ପଶି ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ।