ଦଶହରା ଛୁଟି ପୁର୍ବରୁ ଛାତ୍ରାବାସରୁ ଚାଲିଯାଉଥିଲେ ୨୦ ଛାତ୍ରଛାତ୍ରୀ, ଅଟକାଇଲେ ବିଇଓ, ପ୍ରଧାନଶିକ୍ଷକଙ୍କୁ କଲେ ହସ୍ତାନ୍ତର

ଲକ୍ଷ୍ମୀପୁର: ଦଶହରା ଛୁଟି ପୂର୍ବରୁ ଛାତ୍ରାବାସ ଛାଡ଼ି ଚାଲିଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଅଟକାଇ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରିଛନ୍ତି। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ବୁଧବାର ଦେଖିବାକୁ ମିଳିଛି। ଏହି ବ୍ଲକର ସୋରିଷପଦର ଛାତ୍ରାବାସରୁ ଛାତ୍ରଛାତ୍ରୀମାନେ ଆଜି ସକାଳୁ କାହାକୁ କିଛି ନକହି ଦଶହରା ଛୁଟି ହୋଇଗଲା ଭାବି ନିଜ ନିଜ ଗାଁକୁ ଚାଲିଯାଉଥିଲୋ

ପିଲାମାନେ ସକାଳ ୫ଟାରୁ ଉଠି ସୋରିଷପଦର ଗାଁରୁ ନିଜ ନିଜ ପୋଷାକ ସହ ଅନ୍ୟାନ୍ୟ ସାମଗ୍ରୀ ଧରି ୫ କିଲୋମିଟର ରାସ୍ତା ଚାଲିଚାଲି ଆସିବା ପରେ ତୋୟାପୁଟ ଠାରୁ ଜୟ ଶ୍ରୀରାମ୍‌ ବସ୍‌ରେ ବନ୍ଧୁଗାଁ ବ୍ଲକର ଆଲମଣ୍ଡା ଅଞ୍ଚଳକୁ ଯିବାକୁ ବସରେ ଚଢିଥିଲୋ ବିଶେଷ ସୁତ୍ରରୁ ଖବର ପାଇ ବ୍ଲକ ଶିକ୍ଷାଧିକାରୀ ବିପିନ୍‌ ବିହାରୀ ଫାରିକର୍‌ ନିଜେ ବସଷ୍ଟାଣ୍ଡରେ ପହଞ୍ଚି ସମସ୍ତ ଛାତ୍ରଛାତ୍ରୀଙ୍କୁ ଓଲ୍ଲାଇବା ସହ ନିଜ କାର୍ଯ୍ୟାଳୟକୁ ନେଇକି ଯାଇଥିଲୋ ସେଠାରେ ଛାତ୍ରଛାତ୍ରୀଙ୍କୁ ଜଳଖିଆ ପ୍ରଦାନ କରିବା ସହ ସଂମ୍ପୃକ୍ତ ପ୍ରଧାନଶିକ୍ଷକ ଓ କର୍ମଚାରୀଙ୍କୁ ଡକାଇଥିଲୋ

ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ଓ ଅନ୍ୟ ଜଣେ ସହକର୍ମୀ ଆସି ସମସ୍ତ କଥା ପଚାରିବା ପରେ ଜଣାପଡିଥିଲା ଯେ, ସୋମବାର ଛାତ୍ରଛାତ୍ରୀମାନେ ଶିକ୍ଷକମାନଙ୍କୁ ଦଶହରା ଛୁଟି କେବେଠାରୁ କରାଯିବ ବୋଲି ପଚାରିବାରୁ ଶିକ୍ଷକମାନେ ବୁଧବାର ଠାରୁ ହୋଇଯିବ କହିଥିଲେ କିନ୍ତୁ ତାରିଖ ପ୍ରକାଶ କରି ନ ଥିଲେ, ଯାହାଫଳରେ ୨୦ ଜଣ ଛାତ୍ରଛାତ୍ରୀ ଆଜି ବୁଧବାର ସ୍କୁଲ ଛୁଟି ହୋଇଗଲା ଭାବି ନିଜ ଗାଁ ଅଭିମୁଖେ ଚାଲିଯାଉଥିଲୋ

ସମ୍ବନ୍ଧିତ ଖବର