ବାରିପଦା : ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ଡ.ସ୍ମୃତିରଞ୍ଜନ ଦାସ ଓ କରଞ୍ଜିଆ ମହାବିଦ୍ୟାଳୟ ଡ. ଦେବେଶ ଶଙ୍କର ହୋତା ପାଇବେ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ସମ୍ମାନ। ଚଳିତ ମାସ ୨୨ରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ରାଜ୍ୟସ୍ତରୀୟ ଏନଏସଏସ ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା(ଏନଏସଏସ)ରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ସ୍ୱେଚ୍ଛାସେବୀ ଏବଂ ଦକ୍ଷ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ସମ୍ମାନୀତ କରାଯିବାନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳସଚୀବଙ୍କୁ ଜଣାଇ ଦିଆଯାଇଛି । ନିଃସ୍ୱାର୍ଥ ଭାବରେ ସମାଜ ସେବାରେ ସମ୍ପୃକ୍ତ ଥିବା କାର୍ଯ୍ୟକ୍ରମ ଅଧିକାରୀଙ୍କ ମଧ୍ୟରୁ ଚଳିତବର୍ଷ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୬ଜଣ ସ୍ୱେଚ୍ଛାସେବୀ ଓ ତିନିଜଣ କାର୍ଯ୍ୟକ୍ରମ ଅଧିକାରୀ ଏହି ପୁରସ୍କାର ପାଇବାନେଇ ଘୋଷଣା ହୋଇଛି । ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ସ୍ମୃତିରଞ୍ଜନ ଏବଂ କରଞ୍ଜିଆର ଦେବେଶଙ୍କ ସମେତ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଜିଲ୍ଲାର କୁଣ୍ଡାବାଇ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଦିଲ୍ଲୀପ କୁମାର ପ୍ରମାଣିକ ରହିଛନ୍ତି । ସେହିଭଳି ସ୍ୱେଚ୍ଛାସେବୀ ଓ ସେବିନୀ ତାଲିକାରେ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ମୃତି ମାଇତି, ଜ୍ୟୋର୍ତିମୟୀ ପଲେଇ, ୧୯-୨୦ ବର୍ଷ ପାଇଁ ଓ ୧୮-୧୯ ବର୍ଷପାଇଁ ଆଶୀଷ କୁମାର ବେହେରା, ଦିବ୍ୟାନି ବେହେରାଙ୍କ ସହିତ ସୀମାନ୍ତ ମହାବିଦ୍ୟାଳୟ ଝାରପୋଖରିଆର ପ୍ରଭଞ୍ଜନ ମଣ୍ଡଳ, ଆର.ଡି.ଏସ ମହାବିଦ୍ୟାଳୟର ଦୀପକ କୁମାର ମିଶ୍ର ମଧ୍ୟ ପୁରସ୍କୃତ ହେବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରୁ ସମ୍ମାନୀତ ହେବାକୁ ଥିବା ପ୍ରତିଭାଙ୍କ ମଧ୍ୟରୁ ମୟୂରଭଞ୍ଜରୁ ସର୍ବାଧିକ କାର୍ଯ୍ୟକ୍ରମ ଅଧିକାରୀ ଏବଂ ସ୍ବେଚ୍ଛାସେବୀ ଥିବାରୁ ଜିଲ୍ଲାରେ ଖୁସିର ମାହୋଲ୍ ଦେଖାଦେଇଛି। ଉଲ୍ଲେଖଯୋଗ୍ୟଯେ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମ ଅଧିକାରୀ ସ୍ମୃତି ରଞ୍ଜନ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ।
୨୦୧୯-୨୦ ପାଇଁ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଭାବେ ସମ୍ମାନିତ ହେବେ ସ୍ମୃତିରଞ୍ଜନ ଓ ଦେବେଶ
/sambad/media/post_attachments/wp-content/uploads/2021/03/baripada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)