ଭଦ୍ରକ: କିଛିଦିନ ତଳେ ନିଜ ପୁଅ ସହ ବିବାହ କରାଇବା ପାଇଁ ୮ବର୍ଷର ଝିଅ ଓ ତା’ର ସାନ ଭାଇକୁ ରାସ୍ତାରୁ ଅପହରଣ କରି ନେଇଥିବା କେଳାକୁ ପୁଲିସ ଗୁରୁବାର ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ମୁସଲିମ ସମ୍ପ୍ରଦାୟର ନାବାଳିକା ଓ ତାର ସାନ ଭାଇ ଗତ ୧୩ ତାରିଖରେ ତିହିଡି ବଜାରରେ ଭିକ୍ଷା ମାଗୁଥିଲେ। ଏହି ସମୟରେ ଉକ୍ତ ବଜାରରେ କେଳା ସଂପ୍ରଦାୟୀ ଲୋକେ ଦୁଇ ଭାଇଭଉଣୀଙ୍କୁ ଦେଖି ଘରକୁ ନେଇ ଯାଇଥିଲେ। ଘରକୁ ନେବା ପରେ ୪ଦିନ ସେଠାରେ ଭାଇଭଉଣୀଙ୍କୁ ଭିକ୍ଷ ମଗାଇଥିଲା। ଏହାପରେ କେଳା ନିଜର ପୁଅ ସହିତ ଆଠବର୍ଷର ଝିଅକୁ ବିବାହ କରାଇ ପାଇଁ ସ୍ଥିର କରିଥିଲା। ଜୋରଜବରଦସ୍ତି ଝିଅକୁ ଶାଢ଼ି ଚୁଡି ପିନ୍ଧାଉଥିବା ବେଳେ ଝିଅ ଏହାକୁ ବାରଣ କରିବାରୁ ତାକୁ ବେଲଟ୍ ସାହାଯ୍ୟରେ ନିସ୍ତୁକମାଡ ମାରିଥିଲା କେଳା। କୌଶଳ କ୍ରମେ ଝିଅଟି କେଳ କବଳରୁ ଖସି ଆସି ସ୍ଥାନୀୟ ବଜାରରେ କହିଥିଲା। ଏହାପରେ ଉତ୍ତ୍ୟେକ୍ତ ଲୋକେ ନାବାଳିକା ଓ ତାର ସାନ ଭାଇକୁ କେଳା କବଳରୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲେ। ସ୍ଥାନୀୟ ପୁଲିସ କେଳାକୁ ଆଣି ଅଟକ ରଖି ପଚରାଉଚରା ଚଳାଉଥିବା ବେଳେ ଅନ୍ୟଜଣେ ଏବେ ଫେରାର ଅଛି।