ଭଦ୍ରକରେ କରୋନା ଅଣାୟାତ: ଦିନକରେ ୭୩ ଆକ୍ରାନ୍ତ, ୩୬ ସୁସ୍ଥ, ୪୨୪ ଆକ୍ଟିଭ

କଟକଣା ନମାନିବାରୁ ମଦ ଦୋକାନ ଉପରେ ୧୦ ହଜାର ଫାଇନ୍

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଅଣାୟତ ହେବାକୁ ଯାଉଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଜି ନୂଆ ୭୩ ଜଣ ଆକ୍ରାନ୍ତ ଜିଲ୍ଲାରେ ଚିହ୍ନଟ ହୋଇଛି। ଯାହାକି ଜିଲ୍ଲା ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଭଦ୍ରକ ଜିଲ୍ଲାରେ ଆଜି ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ୪୨୪ ଜଣ ଆକ୍ଟିଭ୍ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବନ୍ତ ବ୍ଲକରୁ ୧୦ ଜଣ ଆଖ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁର ବ୍ଲକରୁ ୮ ଜଣ, ତିହିଡିରୁ ୪ ଜଣ, ଭଦ୍ରକ ରୁ ୨୫ ଜଣ, ଭଣ୍ଡାରିପୋଖରୀରୁ ୧୧ ଜଣ, ଚାନ୍ଦବାଲିରୁ ୪ ଜଣ ଓ ଅନ୍ୟ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧିକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁସବୁ ପ୍ରସ୍ତୁତି କରାଯିବା କଥା ତାହା କରାଯାଇ ନାହିଁ।

ବିଶେଷ କରି ମେଡିକାଲରେ ବେଡ ସଂଖ୍ୟା ମାତ୍ର ୩୦ ରହିଥିବା ବେଳେ ଏଠାରେ କିଭଳି ଏତେ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସା କରାଯିବ ତାହାକୁ ନେଇ ଲୋକମାନେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ଭଦ୍ରକ ଜିଲ୍ଲାରେ ମାତ୍ର ୧୨ ଟି ଭେଣ୍ଟିଲେଟର ରହିଛି। ଯେଉଁ ରୋଗୀମାନେ ଅଧିକ ଆକ୍ରାନ୍ତ ହୋଇଛନ୍ତି।ଯେଉଁମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ଆଡକୁ ଗତି କରୁଛି।

ସେମାନଙ୍କୁ ଭଦ୍ରକରେ ଜରୁରୀ କାଳୀନ ସେବା ଯୋଗାଇ ଦେବା ପାଇଁ ଅକ୍ସିଜେନ୍ ସୁବିଧା ପର୍ଯ୍ୟାପ୍ତ ପରିମାଣରେ ରହି ନାହିଁ। ୧୨ ଟି ଭେଣ୍ଟିଲେଟରକୁ ନେଇ କିଭଳି ଚାଲିବ ଜିଲ୍ଲା ତମାମ ରୋଗୀ ସେବା ତାହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ ରହିଛି। ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ସାଧାରଣରେ ଦାବି ହୋଇଛି। ରାଜ୍ୟ ସରକାର ସ୍ପାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେତିକି କରୋନା ବେଡ୍ ରହିଛି ଅନ୍ତତଃପକ୍ଷେ ସେତିକି ଭେଣ୍ଟିଲେଟର ଯୋଗାଇ ଦେବା ଉଚିତ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ୩୦ଟି କରୋନା ବେଡ ପାଇଁ ୩୦ ଟି ଭେଣ୍ଟିଲେଟର ଯୋଗାଣ କରାଯାଉ। ତାହା ନ‌ହେଲେ ଜିଲ୍ଲାରେ ଯେଉଁ ହାରରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଲୋକଙ୍କ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବାତ ଦୂରର କଥା ।

ରୋଗୀମାନଙ୍କୁ ଅକ୍ସିଜେନ୍ ଟିକେ ମଧ୍ୟ ଯୋଗାଇ ଦେଇ ହେବ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ପାସ୍ଥ୍ୟ ସେବାର ଘୋର ଅଚଳାବସ୍ଥା ରହିଥିବା ବେଳେ ଜିଲ୍ଲାରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଓ ବାହର ଜିଲ୍ଲାରୁ ପ୍ରାୟ ୫ ଲକ୍ଷ ଲୋକ ଏଇ ଚିକିତ୍ସାଳୟ ଉପରେ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ନିର୍ଭର କରୁଛନ୍ତି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଭଦ୍ରକ ମେଡିକାଲରେ ଦୂରାବସ୍ଥାର ସୁଧାର ନେଇ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା‌ ଉଚିତ। କରୋନା ସମୟରେ ଲୋକଙ୍କୁ କିଭଳି ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇହେବ ସେ ଦିଗରେ ଅଧିକ ଚିନ୍ତା କରିବାର ସମୟ ଆସିଛି।

ଗୋଟିଏ ପଟରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଅନ୍ୟପଟରେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ଏସବୁ ପରେ ବି ଅମାନିଆ ଲୋକମାନେ ଚେତିବାର ନାହିଁ। କରୋନା କଟକଣା ଓ କର୍ଫ୍ୟ ଆଇନ୍ କୁ ଫ୍ୟୁ କରି ଉଡାଇ ଦେଉଛନ୍ତି ଲୋକମାନେ। ମଦ ପିଇପା ପାଇଁ କର୍ଫ୍ୟୁ ଆଇନକୁ ବି ମାନୁ ନାହାନ୍ତି। ପୁଲିସ ପକ୍ଷରୁ ଅମାନିଆଙ୍କ ଉପରେ ଯେତେ ଚଢାଉ ଆଉ ଫାଇନ୍ ଆଦାୟ କରାଯାଉଥିଲେ ମଧ୍ୟ ସେମାନେ ପୁଣି ସେଇ ଅମାନିଆ ଭାବେ ବଜାର ଘାଟରେ ବୁଲୁଛନ୍ତି।

ମାକ୍ସ ଚେକିଂ ବେଳେ ଫାଇନ୍ ଆଦାୟ ଚାଲୁଛି। ଗତକାଲି ଭଦ୍ରକ ସହରରେ ଥିବା ଏକ ମଦ ଦୋକନରେ କରୋନା କଟକଣାକୁ ଭାଙ୍ଗି ଲୋକମାନେ ଗହଳି କରିଥିବାରୁ ଭଦ୍ରକ ଟାଉନ ପୁଲିସ ପକ୍ଷରୁ ଚଢରଉ କରାଯାଇ ସଂପୃକ୍ତ ମଦ ଦୋକାନ ଉପରେ ୧୦ ଜହାର ଟଙ୍କାର ଫାଇନ୍ ଆଦାୟ କରାଯାଇଛି। ଦୋକାନି ମଧ୍ୟ ଏ ଦିଗରେ ଅଧିକ ସଚେତନ ହେବା ଉଚିତ। ଯେଉଁ ହାରରେ କରୋନା ଜିଲ୍ଲାରେ ବଢୁଛି ଆମେ ନିଜେ ସଚେତନ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର