ଭଦ୍ରକ: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ୪୮ ଘଣ୍ଟା ସଟଡାଉନ

ଭଦ୍ରକ: କରୋନା ପଜିଟିଭ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲାପାଳ ଜ୍ଞାନ ଦାସ ଏହି ଘୋଷଣା କରିଛନ୍ତି । ଜିଲ୍ଲାପାଳଙ୍କ ଘୋଷଣା ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଜି ସକାଳ ୫ଟାରୁ ୨୦ ତାରିଖ ସକାଳ ୫ଟା ଯାଏଁ ସଟଡାଉନ ରହିବ ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଦରକାର ପଡ଼ିଲେ କମ ସମୟ ପାଇଁ କାର୍ଯ୍ୟାଳୟକୁ ଆସିପାରିବେ । ଭିଡ଼ ଭିତରେ ନ ରହିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର