୨ଲକ୍ଷ ଟଙ୍କା ପାଇଁ ଧରମ ବାପା ଓ ମା’ଙ୍କୁ ହତ୍ୟା କରିବା ସହିତ ଭଉଣୀକୁ ଦୁଷ୍କର୍ମ କରିଥିବା ହତ୍ୟାକାରୀ ପୁଅକୁ କୋର୍ଟ ଚାଲାଣ

ଭଦ୍ରକ/ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ଡବଲ୍‌ ମର୍ଡର ଓ ଦୁଷ୍କର୍ମ ଘଟଣାର  ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ଓରଫ ବାବୁଆ ମହାନ୍ତି ପ୍ରତିଶୋଧ ପରାୟଣ ହୋଇ ଏବଂ ୨ ଲକ୍ଷଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ଧରମ ପୁଅ ପ୍ରଥମେ ବାପା ରବୀନ୍ଦ୍ର ବେହେରାଙ୍କୁ ହୋଟେଲରେ ମଦ ପିଆଇ ହତ୍ୟା କରିବା ପରେ ଘରକୁ ଯାଇ ମା’ଭକ୍ତିଲତାଙ୍କୁ ଶିଳପୁଆରେ ହତ୍ୟା କରିବା ସହ ଭଉଣୀକୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଭଦ୍ରକ ପୁଲିସ ତନାଘନା ପରେ ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ୍‌ ବାବୁଆକୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଗିରଫ କରିିଥିଲା।

ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ୍‌ ବବୁଆର କହିବାନୁସାରେ, ବାପା ମାଆଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ସେ ପ୍ରଥମେ ତାର ବାପାକୁ ହତ୍ୟା କରିବା ପରେ ଧରମ ମା’ ଭକ୍ତିଲତାଙ୍କୁ ବି ହତ୍ୟା କରିଥିବା କହିଛିି । ସେ ଛୋଟ ପିଲା ଥିବା ବେଳେ ମୃତକଙ୍କ ପରିବାର, ବିଭିନ୍ନ କାରଣକୁ ନେଇ ତାଙ୍କ ବାପା ଓ ମାଆଙ୍କୁ ମାରପିଟ କରିଥାନ୍ତି । ସେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା । ଏହାପରଠାରୁ ସେ ମୃତକ ପରିବାର ଉପରେ ପ୍ରତିଶୋଧ ନେବ ବୋଲି ସ୍ଥିର କରି ନେଇଥିଲା। ଛୋଟ ପିଲା ଥିବାରୁ ପ୍ରତିଶୋଧ ନେଇ ନପାରିବାରୁ ମୃତକଙ୍କ ପରିବାର ସହିତ ସଂପର୍କ ରଖିଥିଲା । ଯାହାର ସୁଯୋଗ ନେଇ ସେ ଅନେକ ସମୟରେ ସେମାନଙ୍କ ହତ୍ୟା କରିବା ପାଇଁ ଉଦ୍ୟମ କରି ଥିଲେ ହେଁ ବିଫଳ ହେଉଥିଲା।

ସମ୍ବନ୍ଧିତ ଖବର