ଭଦ୍ରକ: ଭଦ୍ରକସ୍ଥିତ ବୈତରଣୀ ନଦୀରେ ବୁଡ଼ି ଶନିବାର ଅପରାହ୍ନରେ ତିନିଜଣଙ୍କ ମୃତ୍ୟୁ ଘଟିଛି। ତିନିଜଣ ମୃତକ ସ୍ଥାନୀୟ ବୋଇତେଇ ସାହିର ଜଗନ୍ନାଥ ବୋଇତେଇ, ଦୀପ୍ତିରଞ୍ଜନ ବୋଇତେଇ ଓ କୁନା ଭାଇ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଆଜି ବୋଇତେଇ ସାହିର ତିନିଜଣ ବୈତରଣୀ ନଦୀକୁ ଗାଧୋଇବାକୁ ଆସିଥିଲେ। ଗାଧୋଉ ଥିବା ସମୟରେ ମଜାମସ୍ତି କରୁକରୁ ବାଲି ଉଠିବା ପରେ ସୃଷ୍ଟି ହୋଇଥିବା ଗଣ୍ଡରେ ଫସି ଯାଇଥିଲା। ଅନ୍ୟ ଦୁଇଜଣ ତାକୁ ବଞ୍ଚାଇବାକୁ ଯାଇଥିଲେ। ଫଳରେ ତିନିଜଣ ଗଣ୍ଡ ଭିତରେ ଫସି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ହେଁ ସେତେବେଳକୁ ତିନିଜଣଙ୍କ ମୃତ୍ୟୁ ହୋଇସାରିଥିଲା। ପୁଲିସ ତିନିଜଣଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/25A709CC00000578-2952863-Caugh_on_camera_A_warm_blooded_man_in_Russia_is_being_hailed_a_h-m-96_1423860142145.jpg)