ଭଦ୍ରକ କଲେଜ ଶ୍ରମିକ କ୍ୟାମ୍ପରେ ଅବ୍ୟବସ୍ଥା ଅଭିଯୋଗ, ବାହାର ରାଜ୍ୟର ଶ୍ରମିକଙ୍କ ହଟଗୋଳ 

ଭଦ୍ରକ: ଭଦ୍ରକ କଲେଜରେ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରବାସୀ ଶ୍ରମିକଙ୍କ କ୍ୟାମ୍ପରେ ଘୋର ଅବ୍ୟବସ୍ଥା ନେଇ ଆଜି ପ୍ରବଳ ହଟଗୋଳ ହୋଇଥିଲା। ବାହାର ରାଜ୍ୟର ଶ୍ରମିକଙ୍କୁ ଧରି ପ୍ରଶାସନ ପକ୍ଷରୁ ଭଦ୍ରକ କଲେଜର କ୍ୟାମ୍ପରେ ପ୍ରାୟ  ଦୁଇ ଶହରୁ ଉର୍ଦ୍ଧ୍ବ ଶ୍ରମିକଙ୍କୁ ରଖାଯାଇଛି। ସେମାନଙ୍କ ପାଇଁ ଖାଇବା ରହିବାରେ ଘୋର ଅବ୍ୟବସ୍ଥା କରାଯାଇଥିବା ବେଳେ ପାଇଖାନା ଓ ଅନ୍ୟାନ୍ୟ ସୁବିଧା ନଥିବାରୁ ଆଜି ସକାଳୁ ସକାଳୁ ଏଇ ପ୍ରବାସୀ ଶ୍ରମିକମାନେ  କ୍ୟାମ୍ପ ଭିତରୁ ବାହାରକୁ ବାହାରି ଆସି ହଟଗୋଳ କରିଥିଲେ।

ଆମକୁ ଠିକ୍ ଭାବେ ଖାଦ୍ୟ ଦିଆଯାଉ ନଥିବା ନେଇ ଅଭିଯୋଗ କରିଥିଲେ। ବାହାରକୁ ପଳାଇ ଆସୁଥିବା ଶ୍ରମିକମାନଙ୍କୁ ପୁଲିସ  ଅଟକାଉଥିବା ବେଳେ ଏଇ ଶ୍ରମିକମାନେ ପୁଲିସ କଥାକୁ ବି ମାନିବାକୁ ପ୍ରସ୍ତୁତ ନଥିଲେ। ସେମାନେ କହୁଥିଲେ। ଆମକୁ ଏଠି ରହିବାକୁ ଖାଇବାକୁ ଠିକ୍ ଭାବେ ଦିଆଯାଉ ନାହିଁ। ତେଣୁ ଆମେ ଆମ ରାଜ୍ୟକୁ ପଳାଇବୁ ବୋଲି କହିଥିଲେ। ଶ୍ରମିକମାନଙ୍କ  ଏଭଳି ଖୋଲା ଅଭିଯୋଗ ପରେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ। ସେମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରିଯିବାର  ବ୍ୟବସ୍ଥା କରାଯାଉଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର