ଭଦ୍ରକ ଶ୍ରୀରାମ ନବମୀ ମହାଯଜ୍ଞ: ଦ୍ବିତୀୟ ଦିନରେ ଅଖଣ୍ଡ ହନୁମାନ ଚାଳିଶା ପାଠ

ଭଦ୍ରକ: ଭଦ୍ରକର ଐତିହାସିକ ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞର ଆଜି ହେଉଛି ଦ୍ବିତୀୟ ଦିନ। ମଙ୍ଗଳବାର ମହାଯଜ୍ଞ ପାଇଁ କଳସ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶ୍ରୀରାମ ନବମୀ ମହାଯଜ୍ଞର ଦ୍ବିତୀୟ ଦିନ ଗାନ୍ଧିପଡିଆସ୍ଥିତ ଯଜ୍ଞ ମଣ୍ଡଳରେ ଅଖଣ୍ଡ ହନୁମାନ ଚାଳିଶା ପାଠ କରାଯାଇଥିଲା। ଏଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରିମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁ ସନ୍ଥ ଯୋଗଦେଇଥିଲେ। ମହାଯଜ୍ଞ କାର୍ଯ୍ୟରେ ଭଦ୍ରକର ବହୁ ରାମ ଭକ୍ତ ଯୋଗଦାନ କରିଛନ୍ତି ।

ନଗର ସଂକୀର୍ଣ୍ଣନ ଓ ଶୋଭାଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ସାରା ସହରରରେ ପରିକ୍ରମା କରାଯିବ ସେଥିପାଇଁ ମହାଯଜ୍ଞ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ଶେଷ କରାଯାଇଛି। ଏଇ ମହାଯଜ୍ଞ କମିଟିର ଉପଦେଷ୍ଟା ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲ, ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ଦୀନବନ୍ଧୁ ପତି, ଡା ପ୍ରଦୀପ ନାୟକ, ପ୍ରଦୀପ ବିଶ୍ବାଳ, ଅଭିମନ୍ୟୁ ସେଠୀ, ବଦ୍ରୀନାରାୟଣ ଧଳ, ଧାମନଗରର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗଦେଇ ମହାଯଜ୍ଞ ମହୋତ୍ସବକୁ ଏଥର ଅଧିକ ଶୃଙ୍ଖଳିତ ଭାବରେ ପାଳନ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ବିଶେଷକରି ଆସନ୍ତାକାଲି ହେବାକୁ ଥିବା ବିଶାଳ ନଗର ସଂକୀର୍ତ୍ତନ ଓ ଶୋଭାଯାତ୍ରାକୁ ଅଧିକ ଆକର୍ଷିତ କରିବା ଦିଗରେ ସମସ୍ତ ପ୍ରକାର ଉଦ୍ୟମ କରାଯାଇଛି। ନଗର ସକୀର୍ତ୍ତନ ବେଳେ ଆସନ୍ତାକାଲି ୧୦୭ ମେଢ ସହର ପରିକ୍ରମା କରିବାର ଯୋଜନା କରାଯାଇଛି। ଏଥିପାଇଁ ଶୃଙ୍ଖଳିତ ଭାବରେ ନଗର ସଂକୀର୍ତ୍ତନ କରାଯିବା ନେଇ ମହାଯଜ୍ଞ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇ ଦାୟୀତ୍ବ ବଶ୍ଟନ କରାଯାଇଛି।

ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଏଇ ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ସଂପୂର୍ଣ୍ଣ ଭାବେ ସହଯୋଗ କରାଯିବ ବୋଲିମଧ୍ୟ ପୁଲିସର ଉଚ୍ଚ କତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଆସନ୍ତାକାଲିର ଶୋଭାଯାତ୍ରା ଓ ବିଶାଳ ନଗର ସଂକୀର୍ତ୍ତନରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବାକୁ ଥିବା ବେଳେ ଏଥିପାଇଁ ୩୫ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ସହରରେ ୧୫ ଜଣ ଡିଏସପିତ ଓ ୧୫୦ ରୁ ଉର୍ଦ୍ଧ୍ବ ପୁଲିସ ଅଫିସରଙ୍କୁ ବିଭିନ୍ନ ଛକ ସ୍ଥାନରେ ମୁତୟନ କରାଯାଇଛି। ଆଜି ମଧ୍ୟ ଭଦ୍ରକ ସହରରେ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଭଦ୍ରକ ଏସ ପି ବରୁଣ ଗୁଣ୍ଠୁପଲ୍ଲୀ ଆସନ୍ତାକାଲିର ନଗର ସଂକୀର୍ତ୍ତନ ପାଇଁ ସମସ୍ତ ପୁଲିସ ଟିମକୁ ସଜାଗ କରିଥିବାବେଳେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ପାଇଁ ୧୦ରୁ ଊର୍ଦ୍ଧ୍ବ ମାଜିଷ୍ଟ୍ରେଟଙ୍କୁ ଦାୟୀତ୍ବ ଦେଇଛନ୍ତି। ସବୁଥର ପରି ଏଥର ପାଳିତ ହେଉଥିବା ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ ଅଧିକ ଆକର୍ଷିକ ଓ ନିଆରା ଢଙ୍ଗରେ ପାଳିତ ହୋଉଛି। ସମସ୍ତଙ୍କ ମଧ୍ୟରେ ଏଥିପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି। ଆସନ୍ତାକାଲି ଅପରାହ୍ନ ୩ ଟାରୁ ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ନେହେରୁ ଷ୍ଟାଡିୟମ ପଡିଆଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସୁସଜ୍ଜିତ ମେଢ ଓ ସଂକୀର୍ତ୍ତନ ଦଳ ନାଚ ଗୀତର ତାଳେତାଳେ ସହର ପରିକ୍ରମା କରିବେ। ଏଇ ନଗର ସଂକୀର୍ତ୍ତନରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହେବ ବୋଲି ସୂଚନା ଦିଆଯାଇଛି।

ନଗର ସଂକୀର୍ତ୍ତନ ଓ ଶୋଭାଯାତ୍ର ରେ ଶାନ୍ତି ଶୃଙ୍ଖଳା ରକ୍ଷାକରିବା ପାଇଁ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଏଥିପାଇଁ ୧୫୦ରୁ ଉର୍ଦ୍ଧ୍ବ ପୁଲିସ ଅଫିସରଙ୍କୁ ସହରର ଛକ ସ୍ଥାନରେ ମୁତୟନ କରାଯାଇଛି। ଶାନ୍ତି ଶୃଙ୍ଖଳାର ରକ୍ଷା ପାଇଁ ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଜି ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପ୍ଲାଗ ମାର୍ଚ୍ଚ କରାଯାଇଛି। ଭଦ୍ରକରେ ଏଇ ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ପାଳନ ଅବସରରେ ଗତ ୧୦ ଦିନ ହେଲା ଜୟ ଶ୍ରୀରାମ ଧ୍ବନୀରେ କମ୍ପୁଛି ଭଦ୍ରକ ସହର। ସାରା ସହର ହୋଇଛି ଗେରୁଆ ମୟ। ସବୁ କୋଠା ଉପରେ ଉଡୁଛି ହନୁମାନ ଓ ଶ୍ରୀରାମଙ୍କର ଗେରୁଆ ପତାକା। ରାମ ଭକ୍ତଙ୍କର ବାଇକ୍ ରେ ଲାଗିଛି। ଗେରୁଆ ପତାକା । ବସ୍ , ଟ୍ରକ, କାର, ଏପରିକି ସାଇକେଲ ଚାଳକ ବି ନିଜ ନିଜ ସାଇକେଲରେ ଗେରୁଆ ପତାକା ଲଗାଇ ଶ୍ରୀରାମ ନବମୀ ମହାଯଜ୍ଞର ମହୋତ୍ସବ ପାଳନ କରୁଛନ୍ତି। ସହରସାରା ଆକର୍ଷଣୀୟ ତୋରଣ ସଜ୍ଜା ପରିବେଶକୁ ବେଶ୍ ଅଧ୍ୟାୟତ୍ମିକମୟ କରିଛି।

 

ସମ୍ବନ୍ଧିତ ଖବର