ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ

ଯାଜପୁର: ଦୁର୍ଘଟଣାଗ୍ରସ୍ତ ହେଲା ଭଦ୍ରକ ବିଧାୟକଙ୍କ ଗାଡି । ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ। ଏହି ଦୁର୍ଘଟଣାରେ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁସାରେ, ଭୁବନେଶ୍ୱରରୁ ଭଦ୍ରକ ଯିବା ବାଟରେ ଯାଜପୁର ଜିଲ୍କା ଜାରକା ନିକଟରେ ଏକ ଟ୍ରକ ସହ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଜାରକା ଛକ ନିକଟରେ ଦୁର୍ଘଟଣା ହେବା ପରେ ଗାଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତେବେ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ  ନିକଟସ୍ଥ ମେଡିକାଲରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିବା ଜଣା ପଡ଼ିଛି । ଗାଡିର ଡ୍ରାଇଭର ଓ ବିଧାୟକଙ୍କ ସହଯୋଗୀ ମଧ୍ୟ ସୁରକ୍ଷିତ ଅଛନ୍ତି । ତେବେ ଧର୍ମଶାଳା ବିଧାୟକ ମେଡିକାଲରେ ପହଞ୍ଚିଛନ୍ତି ।

ସମ୍ବନ୍ଧିତ ଖବର