ଭଦ୍ରକ: ଭଦ୍ରକ ମୁନିସିପାଲିଟି କାର୍ଯ୍ୟାଳୟକୁ ୧୪ଦିନ ଲାଗି ବନ୍ଦ ଘୋଷଣା କରାଯାଇଛି। ଆଜିଠାରୁ ୨୯ ତାରିଖ ପର୍ପ୍ୟନ୍ତ ବନ୍ଦ ରହିବ ମୁନିସିପାଲିଟି କାର୍ଯ୍ୟାଳୟ। ଏହି ସମୟ ମଧ୍ୟରେ ଅଫିସ ପରିସରକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ କରାଯିବ। କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଇଛି।
/sambad/media/post_attachments/wp-content/uploads/2020/07/bd5388ad-ce6b-4926-b986-3418e087dd9a.jpg)
ଆଜି ଭଦ୍ରକ ମୁନିସିପାଲିଟିର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏଥିସହ ଭଦ୍ରକ ମୁନିସିପାଲିଟିର ସମସ୍ତ କର୍ମଚାରୀଙ୍କୁ ୧୪ଦିନ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସମସ୍ତ କର୍ମଚାରୀଙ୍କୁ ଘରୁ କାମ କରିବା ସହ ନିଜର ମୋବାଇଲ୍ ଫୋନ୍ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/images-1-1.jpg)