କୋଭିଡ କେୟୋର କେନ୍ଦ୍ର ବନ୍ଦ ଘୋଷଣାକୁ ଭଦ୍ରକରେ ତୀବ୍ର ବିରୋଧ

ଭଦ୍ରକ: ଜିଲ୍ଲାରେ ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ଏହି ସମୟରେ ପ୍ରତି ପଞ୍ଚାୟତରେ ଖୋଲିଥିବା କୋଭିଡ କେୟୋର କେନ୍ଦ୍ର, କୋଭିଡ୍ କେୟା‌ର ହୋମ୍ ସବୁ ବନ୍ଦ କରିବାକୁ ଯେଉଁ ଘୋଷଣା କରିଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହିପରି ରାଜ୍ୟ ସରକାର ଅନ୍ୟ ଜିଲ୍ଲାରୁ କଟକ ଓ ଭୁବନେଶ୍ବରକୁ କୋଭିଡ୍ ରୋଗୀଙ୍କୁ ସ୍ଥାନାନ୍ତର କରିବେ ନାହିଁ ବୋଲି ଘୋଷଣା କରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।

ଭଦ୍ରକ ପରି ସ୍ବାସ୍ଥ୍ୟ ସେବାରେ ଉପଯୁକ୍ତ ଭିତ୍ତିଭୂମି ନଥିବା ଜିଲ୍ଲାରେ ରୋଗୀଙ୍କୁ କିଭଳି ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ତାହା ଏକ ବଡ ପ୍ରଶ୍ନ ହୋଇ ଠିଆ ହୋଇଛି। ଏଠାରେ ଖୋଲାଯାଇଥିବା ସାଳନ୍ଦୀ କୋଭିଡ୍ କେୟାର ହସିପିଟାଲରେ ଆଇସିୟୁ ବ୍ୟବସ୍ଥାରେ ୪ ଟି ବେଡ୍ ରହିଥିବା ବେଳେ ଅଧିକ ରୋଗୀ ଆସିଯଲେ। ସେମାନଙ୍କୁ କିଭଳି ଆଇସିୟୁ ଚିକିତ୍ସା ଯୋଗାଇ ଦିଆଯିବ ।

ଭଦ୍ରକ ଜିଲ୍ଲାରେ ଯେଉଁ ହାରରେ କରୋନା ବ୍ୟାପୁଛି, ଆଗାମୀ ଦିନରେ ଜିଲ୍ଲାରେ କରୋନା ରୋଗୀଙ୍କ ଜୀବନ ଦିନକୁ ଦିନ ଦୁର୍ବିସହ ଆଡକୁ ଗତିକରିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଭିତ୍ତିଭୂମି ନଥିବା ବେଳେ ଏବେ କରୋନା ମହାମାରୀ ସମୟରେ କିଭଳି ଏଠାରେ ଗୁରୁତର ରୋଗୀ ଚିକିତ୍ସିତ ହେବେ । ତାହା ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଅତୀତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାମାନ୍ୟ ରୋଗରେ ପୀଡିତ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆ ନଯାଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦିଆଯାଉଥିଲା। ଏବେ ଏଠାରେ କିଭଳି ରୋଗୀ ସେବା ଯୋଗାଇ ଦିଆଯିବ ତାହା ଅନୁମାନ କରାଯାଇ ପାରୁଛି। ଏଣିକି ଭଦ୍ରକ ରୋଗୀଙ୍କୁ ଭଗବାନ ଭରସା। ଏ ଜିଲ୍ଲାରେ ଆବଶ୍ୟକ ଡାକ୍ତର ନାହାନ୍ତି କି ନର୍ସ ଆଉ ଫାମାସିଷ୍ଟ ନାହାନ୍ତି। ଅତୀତରେ ଜିଲ୍ଲାବାସୀ ୫୦୦ ଶଯ୍ୟା ବିଶିଷ୍ଟ କେଡିକାଲ କଲେଜ ଦାବିକରି ଆସୁଥିଲେ। ଜିଲ୍ଲାବାସୀଙ୍କର ମେଡିକାଲ କଲେଜ ଦାବିକୁ କେହି କର୍ଣ୍ଣପାତ କଲେ ନାହିଁ। ଶେଷରେ ଜିଲ୍ଲା ପାଇଁ ଏଇ ପ୍ରମୁଖ ପ୍ରସଙ୍ଗ ନେଇ ଯେଉଁମାନେ ସ୍ବର ଉଠାଇ ଆନ୍ଦୋଳନ କରିଥିଲେ। ସେମାନେ ସବୁ ନୀରବି ଗଲେ।

ସମ୍ବନ୍ଧିତ ଖବର