କେନ୍ଦୁଝର: ୩ବର୍ଷ ୫ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

କେନ୍ଦୁଝର: ଶିଶୁ ଦୁଷ୍କର୍ମକାରୀକୁ ମିଳିଛି ମୃତ୍ୟୁଦଣ୍ଡ। କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଜଜ ଅପରାଧୀ ସୁନୀଲ ନାଏକକୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରାୟ ୨ ବର୍ଷ ତଳେ ମାତ୍ର ୩ ବର୍ଷୀୟ ଏକ ଶିଶୁ କନ୍ୟାକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରିଥିବା ସୁନୀଲକୁ ଦୋଷୀ ସାବ୍ୟସ୍ତ କରି ପୋକ୍ସୋ ଆଇନର ପ୍ରବଧାନ ଅନୁଯାୟୀ ଫାଶୀଦଣ୍ଡ ଦେଇଛନ୍ତି ଅଦାଲତ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ସମାଙ୍ଗ ଗାଁରେ ଗତ ୨୦୧୭ ଜାନୁୟାରି ୧୩ ତାରିଖରେ ଦୁର୍ବୃତ୍ତ  ୩ବର୍ଷ ୫ମାସର ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏଡିଜେ ଲୋକନାଥ ସାହୁ  ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ସୁନୀଲ ନାଏକକୁ ପୋକ୍ସୋ ଆଇନ୍‌ ଆଧାରରେ ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

Times Now

୨୦୧୭ ଜାନୁୟାରି ୧୩ ତାରିଖରେ ଘଟିଥିଲା ଏହି ଅଭାବନୀୟ ଘଟଣା । ୩ବର୍ଷ ୫ମାସର ଶିଶୁକନ୍ୟାର ବାପା-ମା’ ଘରେ ନ ଥିବା ବେଳେ ଚାକରାଣୀ ପାଖରୁ ଅପରାଧୀ ସୁନୀଲ୍ ସବୁଦିନ ଭଳି ବୁଲାଇବାକୁ ନେଇଥିଲା।  କିନ୍ତୁ ଘଟଣା ଦିନ ସେ ଆଉ ଫେରି ନ ଥିଲା କି ଶିଶୁ କନ୍ୟାର ବି କିଛି ଖୋଜ ଖବର ମିଳି ନ ଥିଲା। ଏହାପରେ ଶିଶୁର ବାପା-ମା’ ତାକୁ ଖୋଜିବା ଆରମ୍ଭ କରିଥିଲେ।

ବହୁ ଖୋଜାଖୋଜି ପରେ ଗ୍ରାମବାସୀ ନିକଟସ୍ଥ ସ୍କୁଲର ରୋଷେଇ ଘରେ ଶିଶୁକନ୍ୟାର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ପୀଡିତାଙ୍କ ପିତା ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ଖବର ପାଇ ଶିଶୁର ମୃତଦେହକୁ ଉଦ୍ଧାର କରିଥିଲା।  ଏହି ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ସୁନୀଲ ନାଏକକୁ ପୁଲିସ  ଗିରଫ କରିଥିଲା। ଏହି ଘଟଣା‌କୁ ପୁଲିସ ରେଡ ଫ୍ଲାଗ ବିଭାଗ ଅପରାଧ ଭାବେ ଗ୍ରହଣ କରିବା ସହ ସହ ପୋକ୍ସୋ ଆଇନ୍‌ ଅନୁଯାୟୀ ଦଫା ୩୦୨/୩୬୩/୩୭୬ ୨(ଏଫ) ୩୭୦ ୨(ଆଇ) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର