ମେଡିକାଲ କଲେଜ ଦାବିରେ ୧୦ରେ ଭଦ୍ରକ ବନ୍ଦ  

ଭଦ୍ରକ:ଭଦ୍ରକରେ ମେଡିକାଲ କ‌‌ଲେଜ ଦାବିରେ ଆ‌ସନ୍ତାକାଲି (ଡିସେମ୍ବର ୧୦ ତାରିଖ) ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏଇ ବନ୍ଦ ଡାକରା ଦିଆଯାଇଥିବା ‌ବେଳେ ମେଡିକାଲ କଲେଜ ଦାବି କରି ଆସୁଥିବା ଅନ୍ୟ ସବୁ ସ୍ବେଚ୍ଛାସେବୀ ସଂଗଠନ ଏଇ ବନ୍ଦ ଡାକରାକୁ ନୈତିକ ସମର୍ଥନ ମଧ୍ୟ  ଦେବେ ବୋଲି ଘୋଷଣା କରିଛନ୍ତି।

କଂଗ୍ରେସର ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ନେତୃତ୍ବରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଜିଲ୍ଲାର ସବୁ ବ୍ଲକ କଂଗ୍ରେସ କମିଟି ମଧ୍ୟ ଏଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଗତ ତିନି ଦିନ ହେଲା ଭଦ୍ରକ ବନ୍ଦ କୁ ନେଇ ବିଭିନ୍ନ ଛକ ସ୍ଥାନ ଓ ସହର ବଜାରରେ ମାଇକ ଯୋଗେ ପ୍ରଚାର ପ୍ରସାର କରାଯାଇ ଜନ ସମର୍ଥନ ଲୋଡାଯିବା ସହ ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ସବୁ ବର୍ଗର ଲୋକଙ୍କୁ ଅନୁରୋଧ କରିଛନ୍ତି। ଭଦ୍ରକର ହକ୍ ହେଉଛି ମେଡିକାଲ କଲେଜ। ମେଡିକାଲ କଲେଜ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ଡାକରା ଦେଇଛି। ଜିଲ୍ଲାର ଏଇ ସମୁହ ସ୍ବାର୍ଥ ହାସଲ ପାଇଁ ସବୁ ବର୍ଗର ଲୋକ ଏଇ ବନ୍ଦ ପାଳନକୁ ସଫଳ କରିବାକୁ ଶ୍ରୀ ଦାସ  ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର