ଭଦ୍ରକ ବିଡିଓଙ୍କ ହୃତଘାତରେ ପରଲୋକ

ଭଦ୍ରକ: ଭଦ୍ରକରେ କାର୍ଯ୍ୟରତ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାମୋଦର ଖୁଣ୍ଟିଆଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି । ଗତକାଲି ରାତିରେ ଦାମୋଦର ଖୁଣ୍ଟିଆଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ ଯେ ଦାମୋଦର ଖୁଣ୍ଟିଆ ଭଦ୍ରକ ବ୍ଲକରେ ୨୦୧୯ମସିହା ଡିସେମ୍ବର ୧୬ ତାରିଖରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଯୋଗ ଦେଇଥିଲେ। ଏହାର ଠିକ ବର୍ଷକ ପରେ ୨୦୨୦ ଡିସେମ୍ବର ୧୬ରେ ତାଙ୍କର ମୃତ୍ୟୁ ହୋଇଛି। ସେ ସ୍ଥାନୀୟ ବ୍ଲକ କଲୋନୀ କ୍ୱାର୍ଟରରେ ରହୁଥିଲେ। ବିଳମ୍ବିତ ରାତିରେ ବିଡିଓ ଫୋନ ଯୋଗେ ଅସୁସ୍ଥତା ନେଇ ପଡୋଶୀଙ୍କୁ ଜଣାଇଥିଲେ। ପଡୋଶୀ ଲୋକ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତେବେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଧାୟକ, ଜିଲ୍ଲାପାଳ, ଉପଜିଲ୍ଲାପାଳ,ପିଡି, ଏଡିଏମ୍ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ପହଞ୍ଚି ଶେଷ ଦର୍ଶନ କରିବା ପରେ ମରଶରୀରକୁ ବ୍ଲକ କାର୍ଯ୍ୟାଳୟକୁ ଆଣିଥିଲେ । ଏହାପରେ ତାଙ୍କ ନିଜ ଜନ୍ମସ୍ଥାନ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଶ୍ରୀରାମପୁରକୁ ନିଆଯାଇଥିଲା ।

ସମ୍ବନ୍ଧିତ ଖବର