ନିଆଁ ଲାଗି ୫ ଗାଈ ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଂଚାୟତରେ ପାହାଡ଼ପୁର ଗ୍ରାମରେ ନିଆଁ ଲାଗି ୫ଟି ଗାଈଙ୍କର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ପାହାଡ଼ପୁର ଗ୍ରାମର ଆନନ୍ଦ ଖୁଣ୍ଟିଆଙ୍କ ଗୁହାଳରେ ଗତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା | ଏଥିରେ ଗୁହାଳରେ ଥିବା ୭ଟି ଗାଈଙ୍କ ମଧ୍ୟରୁ ୫ଟି ଗାଈ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଟି ଗାଈ ଗୁରୁତର ଆହତ ହୋଇଛନ୍ତି | ଅଗ୍ନିକାଣ୍ଡରେ ଗୁହାଳଟି ପୋଡି ପାଉଁଶ ହୋଇଯାଇଛି |

ସମ୍ବନ୍ଧିତ ଖବର