ଭଦ୍ରକରେ ବର୍ଷା: ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩

ଭଦ୍ରକ: ଲଘୁଚାପ ପ୍ରଭାବରେ ଗତ ୨ ଦିନ ହେବ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାରୁ ବୈତରଣୀ ନଦୀ ଫୁଲି ଉଠିଛି। ଭଣ୍ଡାରୀପୋଖରି ବ୍ଲକ ଅନ୍ତର୍ଗତ ଆଖୁଆପଦା ନିକଟରେ ବୈତରଣୀର ଜଳସ୍ତର ବଢ଼ିବାରେ ଲାଗିଛି। ଏଠାରେ ବିପଦ ସଙ୍କେତ ୧୭.୮୩ ଥିବା ବେଳେ ରହିଛି ୧୭.୧୦. ରାତିରେ ଜଳସ୍ତର ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି।

ସମ୍ବନ୍ଧିତ ଖବର