ଭଦ୍ରକ : ଜଣେ ଦିବ୍ୟାଙ୍ଗ ବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ଆଜି ଭଦ୍ରକ ଜିଲ୍ଲା ସ୍ପେଶାଲ ଟ୍ରାକ୍ ଜଜ୍ ଲଳିତା ମଂଜରୀ ପଟ୍ଟନାୟକ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି।
ପ୍ରକାଶ ଯେ ଗତ ୯/୫/୨୦୧୫ରେ ଭଦ୍ରକର ଅଳଉତି ଗ୍ରାମର ଜଣେ ଦିବ୍ୟାଙ୍ଗ ବାଳିକାଙ୍କୁ ତାଙ୍କ ଘରେ ପଶି ସମ୍ପୃକ୍ତ ଅଞ୍ଚଳର ଅଶୋକ ଜେନା ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଝିଅଟି ଅଚେତ ହୋଇ ଘରେ ପଡିଥିଲା। ତା’ର ବାପା ଓ ମା’ ଘରକୁ ଫେରି ଝିଅର ଏ ଅବସ୍ଥା ଦେଖି ତାଠାରୁ ସବୁକଥା ବୁଝିଥିଲେ। ଏନେଇ ପୀଡିତାର ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୨୭୬/୧୫ରେ ମାମଲା ରୁଜୁ ହୋଇଥିଲା।
ଏହାର ଏସଟି କେସ୍ ୭୦/୨୭୨/୧୫ରେ ମାମଲା କୋର୍ଟରେ ବିଚାରାଧୀନ ଥିଲା। ଏହି ମାମଲାରେ ମାନ୍ୟବର କୋର୍ଟ ୧୫ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଗ୍ରହଣ କରିବା ସହ ମେଡିକାଲ ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ଅଶୋକ ଜେନାକୁ ୩୭୬ ଆଇପିସି ଦଫାରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ପୀଡିତାଙ୍କୁ ମଧ୍ୟ କ୍ଷତିପୂରଣ ଦେବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ବସନ୍ତ କୁମାର ସ୍ୱାଇଁ ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/jail-8.jpg)