ଭଦ୍ରକରେ ଚାଞ୍ଚଲ୍ୟ: ଶିକ୍ଷକଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା

ଭଦ୍ରକ: ଶିକ୍ଷକଙ୍କ ନିକଟରୁ ୧୨ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା। ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖା ନିକଟରେ ଘଟିଛି ଏହି ଅଘଟଣ।
ମିଳିଥିବା ସୂଚନା ଅନୁଯାୟୀ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ଶାଖାରୁ ଅଗରପଡ଼ା ହାଇସ୍କୁଲର ଶିକ୍ଷକ ଅଶୋକ ଖିଲାର ଜମି କିଣିବା ପାଇଁ ୧୨ ଲକ୍ଷ ୪୬ ହଜାର ଟଙ୍କା ଉଠାଇଥିଲେ। ସେ ଟଙ୍କାକୁ ନିଜ ବ୍ୟାଗରେ ଧରି ବ୍ୟାଙ୍କରୁ ବାହାରକୁ ଆସୁଥିବା ବେଳେ ଦୁଇଜଣ ଲୁଟେରା ତାଙ୍କ ନିକଟରୁ ଟଙ୍କା ବ୍ୟାଗଟି ଝାମ୍ପି ନେଇ ଏକ କଳା ପଲସର୍ ଗାଡ଼ିରେ ଆରଡ଼ି ଛକ ଆଡ଼େ ଦ୍ରୁତଗତିରେ ପଳାଇଥିଲେ। ଖବର ପାଇ ଭଦ୍ରକ ଟାଉନ୍ ଥାନା ପୁଲିସ ଲୁଟେରାଙ୍କ ପିଛା କରିବା ସହ ବ୍ୟାଙ୍କକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର