ଭଦ୍ରକରେ ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ

ଭଦ୍ରକ : ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଥିବା ବେଳେ ପୂର୍ବରୁ ସେମାନଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିଲେ। ଆଜି ପୁଣି ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଏଇ ଆକ୍ରାନ୍ତଙ୍କୁ ଛାଡି ଦେଲେ ଜିଲ୍ଲାରେ ଆଉ ୧୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏଇ ଆକ୍ରାନ୍ତ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଜିଲ୍ଲାବାସୀ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। କରୋନା ମୁକାବିଲାରେ ପ୍ରଶାସନ, ପୁଲିସ ଓ ସ୍ବାସ୍ଥ୍ୟ ବିଭାଗକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।

ସମ୍ବନ୍ଧିତ ଖବର