ଧାମରା: ଭଦ୍ରକ ଜିଲ୍ଲାର ପ୍ରାକୃତିକ ଗନ୍ତାଘରର ପରିପୂର୍ଣ୍ଣ ଧାମରା ଅଂଚଳରେ ପର୍ଯ୍ୟଟକମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୨୦୧୨ ମସିହାରେ ଅରଣ୍ୟ ନିବାସ ପାଇଁ ନିଷ୍ପତି ନିଆଯାଇଥିଲ। ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୨୦୧୩ ମସିହାରେ ୮୦ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା। ତେବେ କେଉଁ କାରଣ ପାଇଁ ଏହି ପ୍ରକଳ୍ପ ପାଇଁ ଆସିଥିବା ୮୦ ଲକ୍ଷ ଟଙ୍କା ଫେରିଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଅନ୍ତର୍ନିହିତ କାରଣ ପଛରେ ଅଂଚଳବାସୀଙ୍କ ଅପାରଗତା କିମ୍ବା ସରକାରୀ ସ୍ତରରେ ଉଦାସୀନତା ଦାୟୀ ତାହା ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯଦି ଧାମରାରେ ଓଡିଶା ଓଟିଡିସି ଅରଣ୍ୟ ନିବାସ ପାଇଁ ଚାହୁଁ ନ ଥିଲା ତେବେ ଏହି ପ୍ରକଳ୍ପର ଭିତ୍ତିିଭୂମି ପାଇଁ ଅଯଥାରେ ମା’ ଧାମରାଈ କମିଟିରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚକରି ଅଂଚଳର ବହୁ ଜନହିତକର କାଯ୍ୟର୍ରେ ବାଧା ସୃଷ୍ଟି କରିବା ଉଚିତ ନ ଥିଲା ବୋଲି ବୃଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

Advertisment

୧୯୭୨ ମସିହାରେ ପ୍ରଥମେ ସେତେବେଳର ଓଡିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ସତପଥୀ ଧାମରାକୁ ଲୋକଲୋଚନକୁ ଆଣି ଏହି ପ୍ରାକୃତିକ ଦନ୍ତୁରିତ ସାମୁଦ୍ରିକ ଉପକୂଳରେ ଧାମରା ମତ୍ସ୍ୟ ପୋତାଶ୍ରୟର ଭିତ୍ତିିପ୍ରସ୍ତର ସ୍ଥାପନ କରିଥିଲେ। ସେବେଠାରୁ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଧାମରା ଆଜି ବିଶ୍ୱ ମାନଚିତ୍ରରେ ସ୍ଥାନପାଇଛି। ଏଠାରେ ପଯ୍ୟର୍ଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟରେ ଧାମରା ମତ୍ସ୍ୟ ପୋତାଶ୍ରୟ, ହ୍ଵିଲର ଦ୍ୱୀପରେ ଥିବା ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ଘାଟି, ଅନତିଦୂରରେ କେନ୍ଦ୍ରାପଡା ଜିଲ୍ଲାର ପ୍ରକୃତିକ ଜଙ୍ଗଲ କାଳିଭଞ୍ଜଡିଆଁ, ଧାମରାର ଅଧିଷ୍ଠାତ୍ରୀ ଦେବୀ ମା’ ଧାମରାଇ ଓ ମା’ ଧାମରାଇ ମନ୍ଦିରର ଅନତିଦୂରରେ ଥିବା ଏସିଆ ମହାଦେଶର ଦି୍ଵତୀୟ ବୃହତ୍ତମ ବନ୍ଦର ଆଦାନୀ ଧାମରା ପୋର୍ଟ କମ୍ପାନୀ। ତତ୍‌ ସଂଗେସଂଗେ ଖୁବ୍‌ ନିକଟରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା କୁମ୍ଭୀର ପ୍ରଜଜନ କେନ୍ଦ୍ର ସାଙ୍ଗକୁ ବଙ୍ଗୋପସାଗର ମଧ୍ୟରେ ଥିବା ବିରଳ ପ୍ରଜାତିର ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ସ୍ଥଳୀ ଗହୀରମଥା ଅଭୟାରଣ୍ୟ।

ଏହି ସବୁ ସୌନ୍ଦ୍‌ଯ୍ୟର୍ର ପ୍ରଚାରପ୍ରସାର ସହିତ ପଯ୍ୟର୍ଟକମାନଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଓଟିଡିସି ଧାମରାରେ ଏକ ଅରଣ୍ୟ ନିବାସ କରିବା ପାଇଁ ୨୦୧୨ ମସିହାରେ ସିଦ୍ଧାନ୍ତ ନେଇ ୮୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲା। ଏହି ପ୍ରକଳ୍ପର ନାମ ମା’ ଧାମରାଈ ମନ୍ଦିର ସୌନ୍ଦଯ୍ୟର୍କରଣ ନାମରେ ନାମିତ କରାଯାଇ ମା’ ଧାମରାଈ ଠାକୁର ବିଜୟା ଦକ୍ଷିଣଧାମରା ମାର୍ଫତ ସଭାପତିଙ୍କ ନାମରେ ଥିବା ମୌଜା ଦକ୍ଷିଣ ଧାମରା ଖାତା ନଂ ୧୪୩/୬୫ ପ୍ଲଟ ନଂ୮୫/୩୫୯ରୁ ୧.୫୦ ଏକର ଓ ଖାତା ନଂ ୧୪୩/୬୬ ପ୍ଲଟ ନଂ ୮୫ରୁ ୧.୫୭ ଏକର ଜମିରୁ ମାତ୍ର ୫୦ ଡିସିମିଲି ଜମି ନେବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା। ମାତ୍ର ଏହି ଜମି ଉପରେ ଅରଣ୍ୟ ନିବାସ ହେବା ପାଇଁ ସାମାନ୍ୟ ବାଧା ଉପୁଜିଥିଲା। କାରଣ ଏହି ଜମି ଉପରକୁ ଯିବା ପାଇଁ କୌଣସି ରାସ୍ତା ନ ଥିବାରୁ ୨୦୧୫ ମସିହା ଜୁନ ମାସରେ ମା’ ଧାମରାଈ ମନ୍ଦିର ନିର୍ମାଣ ଓ ମକରମେଳା ପାଣ୍ଠିରୁ ୧୪ ଲକ୍ଷ ଟଙ୍କା ଦେଇ ସ୍ୱର୍ଗତ ବୀରବର ମହାନ୍ତିଙ୍କ ଜମିରୁ ମାତ୍ର ୪୧ ଡିସିମିଲ ଜମି କିଣାଯାଇ ଏହି ଜମି ଉପରକୁ ରାସ୍ତା କରାଯାଇଥିଲା।

ପରବର୍ତୀ ସମୟରେ ୨୦୧୬ ମସିହାରେ ଅରଣ୍ୟ ନିବାସ ପାଇଁ ମା’ ଧାମରାଈ ମନ୍ଦିର ନିର୍ମାଣ ଓ ମକର ମେଳା ପାଣ୍ଠିରୁ ୪,୭୯,୬୯୨ ଖର୍ଚ୍ଚ କରାଯାଇ ମା’ ଧାମରାଇଙ୍କ ଜାଗାରେ ଏକ ପୋଖରୀ ଖୋଳାଯାଇ ୫୦ ଡିସିମିଲି ସ୍ଥାନରେ ମାଟି ପକାଯାଇଥିଲା ଓ ପୁଣି ଏହି ପୋଖରୀ ଘାଟ ନିର୍ମାଣ ପାଇଁ ୫୮,୧୦୦ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଅରଣ୍ୟ ନିବାସ ପାଇଁ ଜାଗା ଓ ତାକୁ ଉନ୍ନତିକରଣ କରିବା ପାଇଁ ମା’ ଧାମରାଈ ମନ୍ଦିର କମିଟି ଅଯଥାରେ ୧୯,୩୭,୭୯୨ ଟଙ୍କା ପାଣିରେ ପକାଇଥିଲେ ମଧ୍ୟ ଆଜି ପଯ୍ୟର୍ନ୍ତ ଏହି ପ୍ରକଳ୍ପ ହୋଇ ନ ପାରିବା ନେଇ ବିଭିନ୍ନ ମହଲରୁ କ୍ଷୋଭ ପ୍ରକାଶ ପାଇଛି।

ଲୋକ ପ୍ରତିନିଧିଙ୍କ ଅପରାଗତା ଓ ଓଡିଶା ଓଟିଡିସିର ସ୍ଥାଣୁତା ପାଇଁ ପଯ୍ୟର୍ଟକ ଓ ଅଂଚଳବାସୀଙ୍କ ଅଧୁରା ଆଶା ପୂର୍ଣ୍ଣାଙ୍ଗ ହୋଇପାରିଲା ନାହିଁ। ୨୦୧୪ ମସିହା ବିଧାନସଭା ନିର୍ବାଚନ ପରେ ବିଧାୟକ ଧାମରାରେ ଅରଣ୍ୟ ନିବାସକୁ ପୂର୍ଣ୍ଣାଙ୍ଗ ରୁପରେଖ ଦେବା ସହ ଅଂଚଳବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା, ଚୌଧୁରୀ ଫେରିଘାଟରେ ପୋଲ ନିର୍ମାଣ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଣିର ଗାର ହୋଇଛି। ତେବେ ଅରଣ୍ୟ ନିବାସ ପାଇଁ ଆସିଥିବା ଅର୍ଥ ଫେରିଯିିବା ନେଇ ଟୁରିଜିମ ଏମ୍‌ଡି ମନୋରଞ୍ଜନ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାରୁ ଏ ନେଇ ନିଜର ଅଜ୍ଞତା ପ୍ରକାଶ କରିଛନ୍ତି। ଧାମରା ସରପଞ୍ଚ ପ୍ରିୟରଞ୍ଜନ ଜେନା ଓଟିଡିସିର ଖାମଖିଆଲି ମନୋଭାବକୁ ସମାଲୋଚନା କରିଛନ୍ତି।