୧୧କେଭି ବିଦ୍ୟୁତ୍‌ ତାର କାଳ ହେଲା:୭ ପରିବାରର ୨୧ବଖରା ଜଳିିଗଲା

କ୍ଷତିପୂରଣ ଦାବିରେ ରାସ୍ତାରୋକ

ଚାନ୍ଦବାଲି, : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅନ୍ତର୍ଗତ କୁଆଁସର ଗାଁରେ ଆଜି ପୂର୍ବାହ୍ନରେ ୧୧ କେଭି ବିଦ୍ୟୁତ ତାରରୁ ନିଆଁ ଖସି ୭ପରିବାରର ୨୧ ବଖରା ଜଳିଯାଇଛି। ଅଗ୍ନିବିପନ୍ନ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ।
କୁଆଁସର ଗାଁର ଇନ୍ଦ୍ରମଣି ନାଥ ଘର ଉପରେ ଯାଇଥିବା ୧୧କେଭି ବିଦ୍ୟୁତ ତାର ସ୍ପାର୍କି˚ ହୋଇ ନିଆଁ ଖସି ତାଙ୍କ ଘର ଉପରେ ପଡ଼ି ନିଆଁ ଲାଗିଯାଇଥିଲା । ପରେ ନୀଳମଣି ନାଥ, କୁଳମଣି ନାଥ, ପ୍ରହ୍ଲାଦ ବେଜ, ଦାମୋଦର ନାୟକ, ପ୍ରଫୁଲ୍ଲ ନାୟକ, ପ୍ରଦୀପ ନାୟକଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା। ଖରା ହୋଇଥିବାରୁ ନିଆଁ ନିମିଷକ ମଧ୍ୟରେ ଚାରିଆଡେ଼ ବ୍ୟାପି ଯାଇଥିଲା। ସମସ୍ତ ପରିବାର ଲୋକେ ପିଲାଛୁଆଙ୍କୁ ଧରି ବାହାରକୁ ଚାଲି ଆସିଥିଲେ। ଗ୍ରାମବାସୀ ଦୌଡିଆସି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ଲାଗି ଲାଗି ଘର ଥିବାରୁ ନିଆଁ ଲିଭାଇବାକୁ ଆସିଥିବା ଲୋକେ ଧୂଆଁରେ ଅଣନିଶ୍ବ୍ବାସୀ ହୋଇ ପଡିଥିଲେ। ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିିଲେ।। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଧାନ ଚାଉଳ, ଟଙ୍କା ପଇସା, ଗହଣାପତ୍ର, ଦରକାରୀ କାଗଜପତ୍ର ଓ ସମସ୍ତ ଆସବାବପତ୍ର ପୋଡ଼ି ଯାଇଥିଲା। ବିଦ୍ୟୁତ ସର୍ଟ ସର୍କିଟ ପାଇଁ ବାରମ୍ବାର ଏହି ସ୍ଥାନରେ ନିଆଁ ଖସୁଥିବାରୁ ଲୋକେ ବହୁବାର ବିଦ୍ୟୁତ ବିଭାଗକୁ କହିଥିଲେ। ବିଭାଗ ପଦକ୍ଷେପ ନେଉ ନଥିବାରୁ ଆଜି ପୁଣି ଏହି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ଉତ୍ୟକ୍ତ ଲୋକେ ବିପନ୍ନ ପରିବାରଙ୍କୁ କ୍ଷତିପୂରଣ ସହିତ ଘର ଉପରୁ ବିଦ୍ୟୁତ ତାର ହଟାଇବା ଦାବିରେ ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା କିଛି ସମୟ ପାଇଁ ଅବରୋଧ କରିଥିଲେ।
ଖବର ପାଇ ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ ଶରତ ଜେନା ବିପନ୍ନଙ୍କ ନିକଟରେ ପହଁଚି କ୍ଷୟକ୍ଷତି ଆକଳନ କରିଥିଲେ। ଏନଏସି ପକ୍ଷରୁ ଅଗ୍ନି ବିପିନ୍ନ ପରିବାରଙ୍କୁ ୩ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ଏନଏସି ଅଧିକାରୀ ପ୍ରଭୁକଲ୍ୟାଣ ଦାସ କହିଛନ୍ତି। ଖୁବଶୀଘ୍ର ସେମାନଙ୍କୁ ସରକାରୀ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଘଟଣାସ୍ଥଳରେ ଯାଜପୁର କିନ୍ନର ସ˚ଘର ସଭାପତି କାଜଲ ନାୟକ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜ୍ଞାପନ କରିଥିବା ବେଳେ ପା˚ଚପଡ଼ା ପୂର୍ବତନ ସରପ˚ଚ ଖଗେଶ୍ବର ବଳ, ବଦ୍ରୀନାଥ ନାୟକ ପ୍ରମୁଖ ବିପନ୍ନଙ୍କ ନିକଟରେ ପହଁଚିଥିଲେ।

ସମ୍ବନ୍ଧିତ ଖବର