ଗ୍ରାହକ ବେଶରେ ଆସି ଧରାପଡିଲେ ତିନି ଲୁଟେରା

ରାଣୀତାଲ : ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସକୁ ଆସି ତିନି ଜଣ ବେଙ୍ଗଲୀ ମହିଳା ସୁନା ଲୁଟିବାକୁ ଉଦ୍ୟମ କରି ଧରାପଡିଥିବା ଜଣାପଡିଛି । ଖବର ଅନୁସାରେ ତିନିଜଣ ମହିଳା ଆଜି ସନ୍ଧ୍ୟାରେ ରାଣୀତାଲର ମା’ ତାରିଣୀ ଜୁଏଲାର୍ସରେ ପହଂଚି ସୁନା ମୁଦି ଦେଖାଇବାକୁ ମାଲିକ ପ୍ରଦୀପ ସାହୁଙ୍କୁ କହିଥିଲେ । ମାଲିକ ସେମାନଙ୍କୁ ମୁଦି ଦେଖାଇବା ଭିତରେ ସେମାନେ ଏକ ମୁଦିକୁ ଲୁଚାଇ ତା ସ୍ଥାନରେ ଅନ୍ୟ ଏକ ମୁଦି ରଖି ଖସିଯିବାକୁ ବସିଥିବା ବେଳେ ମାଲିକ ଜାଣିପାରି ତାଙ୍କୁ ଅଟକାଇଥିଲେ । ତାଙ୍କ ଘର କୋଲକାତା ଅଂଚଳରେ ଜାଣିବା ପରେ ଦୋକାନୀଙ୍କର ସଂଦେହ ହୋଇଥିଲା । ଖବର ପାଇ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତିନି ଲୁଟେରାଙ୍କୁ ଥାନାକୁ ନେଇ ଅଧିକ ତଦନ୍ତ ଚାଲୁ ରଖିଥିବା ଜଣା ପଡିଛି । ଆଶ୍ଚର୍ଯ୍ୟର ବିଷୟ କଲିକତାରୁ ସୁନା କିଣିବାକୁ ରାଣୀତାଲକୁ ଆସିଥିଲେ କି ଚୋରୀ ଭଳି ଅନ୍ୟ କିଛି ଅସାମାଜିକ କାମରେ ଏମାନଙ୍କର ସମ୍ପୃକ୍ତି ଅଛି ତାହା ତଦନ୍ତ ସାପେକ୍ଷ ।

ସମ୍ବନ୍ଧିତ ଖବର