ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ହେ‌ରଫେର୍‌ ଘଟଣା: ପୂର୍ବତନ କ୍ୟାସିଅର ସମେତ ୩ ଗିରଫ

ବାଲେଶ୍ବର/ଭଦ୍ରକ/ବୈଶିଙ୍ଗା : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ପୂର୍ବତନ କ୍ୟାସିଅର ତଥା ବର୍ତ୍ତମାନ ବାସୁଦେବପୁର ବ୍ଲକ୍‌ରେ କାର୍ଯ୍ୟରତ ପ୍ରଭାକର ପ୍ରଧାନ, ପତ୍ନୀ ନିତୁ ପ୍ରଧାନ ଓ ତା‌ଙ୍କ ଶାଳକଙ୍କ ସାଙ୍ଗ ରଂଜନ କୁମାର ସାହାଣୀଙ୍କୁ ଆଜି ବାଲେଶ୍ବର ଭିଜିଲାନ୍ସ ପୁଲିସ ଗିରଫ କରିଛି। ଶ୍ରୀ ପ୍ରଧାନଙ୍କ ବିରୋଧରେ ବ୍ୟାପକ ସରକାରୀ ଅର୍ଥ ହେରଫେର୍‌ ନେଇ ଅଭିଯୋଗ ରହିଛି।

ଅଭିଯୁକ୍ତ ଶ୍ରୀ ପ୍ରଧାନ ୨୦୧୩ରୁ ୨୦୧୭ ମସିହା ପର୍ଯ୍ୟନ୍ତ ତିହିଡ଼ି ବ୍ଲକରେ କ୍ୟାସିଅର ଥିଲେ। ଆର୍ଥିକ ବର୍ଷ ୨୦୧୬ ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ସେ ତାଙ୍କ ପତ୍ନୀ ନିତୁ ପ୍ରଧାନ, ମା’ ପୁନିମଣି ପ୍ରଧାନ, ଶାଳକ ଜିତେନ୍ଦ୍ର କୁମାର ସାହୁ ଓ ଶାଳକଙ୍କ ସାଙ୍ଗ ରଂଜନ କୁମାର ସାହାଣୀଙ୍କ ନାଁରେ ଥିବା ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ବ୍ଲକର ୩୪ ଜଣ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ନାଁରେ ରହିଥିବା ୨୦ ଲକ୍ଷ ୨୫ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ। ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହେବା ପରେ ୧୫/୨୦୨୧ରେ ଏକ ମା‌ମଲା ରୁଜୁ କରାଯାଇ ଘଟଣାର ତନାଘନା ଆରମ୍ଭ ହୋଇଥିଲା। ଆଜି ଭିଜିଲାନ୍ସ ଏସ୍‌ପି ସନ୍ତୋଷ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ୪ଟି ଟିମ୍‌ ବାସୁଦେବପୁର ଏବଂ ତିହିଡ଼ି ବ୍ଲକ୍ ସମେତ ବାଲେଶ୍ବର ସହର ନୀଳିଆବାଗସ୍ଥିତ ଶ୍ରୀ ପ୍ରଧାନଙ୍କ ବାସଭବନ ଏବଂ ଶାଳକଙ୍କ ସାଙ୍ଗ ଶ୍ରୀ ସାହାଣିଙ୍କ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ନଚ୍ଛିପୁର ସ୍ଥିତ ଘରେ ଚଢ଼ଉ କରିଥିଲେ।

ସମ୍ବନ୍ଧିତ ଖବର