ଭଦ୍ରକ : ୬୪୦ ଲିଟର ଦେଶୀ ମଦ ଜବତ, ୬ ଗିରଫ

ଭଦ୍ରକ : ଭଦ୍ରକ ଅଞ୍ଚଳରେ ଦେଶୀ ମଦ ଚୋରାକାରବାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି  ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢଉ ଜୋରଦାର କରାଯାଇଛି । ଆଜି ବିଭିନ୍ନ ସ୍ଥାନରେ ହୋଇଥିବା ଚଢଉରୁ ପ୍ରାୟ ୬୪୦ ଲିଟର ଦେଶୀ ମଦ ଜବତ ହେବା ସହ ୬ ଜଣଙ୍କୁ ଗିରଫ କରାଯାଇଛି ।

ଜିଲ୍ଲାପାଳ ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ  ପ୍ରତ୍ୟକ୍ଷ  ତତ୍ୱାବଧାନରେ ଜିଲ୍ଲା  ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନI  ଅନ୍ତର୍ଗତ ବରପଦା ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ମାଲବାହୀ ଅଟୋରୁ (ଓଡି-୨୨ଜେ-୬୮୧୧) ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଆଗରପଡ଼ା ଥାନା ଅନ୍ତର୍ଗତ ପନ୍ଦାଡ଼ ଗ୍ରାମର ପ୍ରକାଶ କୁମାର ଦାସକୁ ଗିରଫ କରାଯାଇଛି ।

ସେହିପରି ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇମଣି ବଜାର ଅଂଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହୋଣ୍ଡା ସାଇନ  ମୋଟର ସାଇକେଲରୁ (ଓଡି-୨୨ଇ-୨୩୦୪)  ୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନରହରିପୁର ଗ୍ରାମର ଶ୍ରୀଧର ସେନାପତିକୁ ଗିରଫ କରାଯାଇଛି  ଏବଂ ତିହିଡି ଥାନI  ଅନ୍ତର୍ଗତ ବିଲଣl  ଛକ ନିକଟରେ ଏକ ହିରୋ ଗ୍ଲାମର ମୋଟର ସାଇକେଲରୁ (ଓଡି-୨୨ଡି-୧୮୮୫)  ୧୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଲଞ୍ଜାତାରା ଗ୍ରାମର ଭଗବାନ ପ୍ରସାଦ ଦାସକୁ ଗିରଫ କରାଯାଇଛି l

କେବଳ ଏତିକି ନୁହେଁ, ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମ ଓ ତିହିଡି ଥାନା ଅନ୍ତର୍ଗତ ପୁରୁଣାହାଟ ଓ ପାଳିଆ ବଜାର  ଅଞ୍ଚଳରେ ଚଢାଉ କରାଯାଇ ୧୯୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି ।  ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ମିର୍ଜାପୁର ଗ୍ରାମର ଦୀପକ ସାମଲ, ଭାଟପଡ଼ା ଗ୍ରାମର ଶ୍ରୀକୁମାର ଦାସ ଓ ପାଳିଆ ଗ୍ରାମର ଗଜି ସେଠୀ ।

ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ ସମୁଦାୟ ୬୪୦ ଲିଟର ଦେଶୀ ମଦ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ  ୦୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ୍‌ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଏହି ଚଢାଉ କରିଥିଲେ । ଉକ୍ତ ଚଢାଉରେ ଏସ୍‌ଆଇ ସନ୍ତୋଷ କୁମାର ବଳ ଓ ସ୍ପନ୍ଦନ କୁମାର ମହାନ୍ତି , ଏଏସ୍‌ଆଇ ପ୍ରହଲ୍ଲାଦ ସାମଲ,ଭବେଶ ଦାସ, ପୁରୁଷୋତ୍ତମ ମଲ୍ଲିକ,ଦୀପକ କୁମାର ରାଉତ ଓ  କନେଷ୍ଟବଳ ପ୍ରଦୀପ ମଲ୍ଲିକ,ରମେଶ ନାୟକ,ଅଜିତ କୁମାର ସିଙ୍କୁ ,ଶିବପ୍ରସାଦ ସାହୁ,ପରେଶ ଟୁଡୁ, ରଶ୍ମିରେଖା ଜେନା, ମିଥୁନ ଜେନା, ଖଗେଶ୍ୱର ଜେନା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୬ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

ସମ୍ବନ୍ଧିତ ଖବର