ଭଦ୍ରକ: ଗତ ୯ ତାରିଖରେ ଜଣେ ବ୍ୟକ୍ତି ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଇଚ୍ଛାପୁର ଅଂଚଳର ଭବାନୀବିନ୍ଧା ଗ୍ରାମରେ।
ଚଳିତ ମାସ ୯ ତାରିଖରେ ଇଚ୍ଛାପୁର ଛକ ନିକଟରେ ସାମାନ୍ୟ ବଚସାକୁ ନେଇ ଭବାନୀବିନ୍ଧା ଗ୍ରାମର ଗୋଲକ ମଣ୍ଡଳଙ୍କୁ ବ୍ରହ୍ମପୁର ଗ୍ରାମର ରୁଗା ଅରଖ ଓ ବାଘ ଅରଖ ପ୍ରବଳ ପିଟାପିଟି କରିଥିଲେ। ପରେ ଚିକିତ୍ସା ପାଇଁ ଗୋଲକଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଗୋଲକଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଥିଲେ ମଧ୍ୟ ମେଡ଼ିକାଲରେ ଡାକ୍ତର କୌଣସି ପରୀକ୍ଷା ନିରୀକ୍ଷା ନକରି କେବଳ ଔଷଧ ଓ ଇଞ୍ଜେକ୍ସନ ଦେଇ ତାଙ୍କୁ ଘରକୁ ପଠାଇ ଦେଇଥିଲେ।
ମାତ୍ର ଗତ ୨୦ ତାରିଖରେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ଭଦ୍ରକ ମେଡିକାଲରେ ପୁନର୍ବାର ଭର୍ତ୍ତି କରାଯାଇଥିଲା। ତାଙ୍କର ପରୀକ୍ଷା ପରେ ଛାତି ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା। ଏହି ଘଟଣାରେ ଯନ୍ତ୍ରଣାରେ ଛଟପଟ ହୋଇ ଗୋଲକଙ୍କର ଗତକାଲି ରାତିରେ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ପରିବାର ଲୋକେ ସାବରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅନ୍ୟପଟେ ଗୋଲକଙ୍କ ମୃତ୍ୟୁକୁ ନେଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସାରେ ଅବହେଳାକୁ ମଧ୍ୟ ଦାୟୀ କରିଛନ୍ତି ତାଙ୍କ ପୁତ୍ର ଗୋବିନ୍ଦ ମଣ୍ଡଳ। ଏହି ଘଟଣାକୁ ନେଇ ଆଜି ଦିନ ତମାମ ଭଦ୍ରକରେ ଉତ୍ତେଜନା ଲାଗି ରହିଥିବା ବେଳେ ସବରଙ୍ଗ ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପୁଲିସ କେସ ନମ୍ବର ୧୬୬/୨୫ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଛି ବୋଲି ସବରଙ୍ଗ ପୁଲିସ ପ୍ରକାଶ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/23/QkM7yigOVPjES7pcUL6H.webp)