ଲୁଟ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଲୁଟେରା

ଭଦ୍ରକ: ଜଣେ ଯୁବତୀଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା। ୨ ଲୁଟେରା ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁଯାୟୀ , ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ କୁଶଗଡ଼ିଆ ନିକଟରେ ଦୁଇ ଲୁଟେରା ଏକ କଳା ପଲସର ଯୋଗେ ଆସି ସ୍କୁଟିରେ ଯାଉଥିବା ଯୁବତୀ ଜଣଙ୍କ ବେକରୁ ସୁନା  ଚେନ ଛିଡା଼ଇ ନେଇଥିଲେ । ଯୁବତୀ ଜଣକ ବହୁ ଜୋରରେ ଚିତ୍କାର କରିବାରୁ ନିକଟରେ ଥିବା କିଛି ଲୋକ ଲୁଟେରାଙ୍କୁ ଗୋଡ଼ାଇ ଥିଲେ । ଲୁଟେରାମାନେ ଲୋକଙ୍କ ଭୟରେ ଦ୍ରୁତ ବେଗରେ ବାଇକ ଚଳାଇବାରୁ ଭାରସ୍ୟାମ ହରାଇ ଜାତୀୟ ରାଜପଥ ପାର୍ଶ୍ୱରେ ଛିଟିକି ପଡ଼ିଥିଲେ । ଫଳରେ ସ୍ଥାନୀୟ ଲୋକ ଲୁଟେରାଙ୍କ ନିକଟରୁ ଚେନ ଉଦ୍ଧାର କରିବା ସହ ସଙ୍କଟାପନ୍ନ ଅବସ୍ଥାରେ ଦୁଇ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଲୁଟେରାଙ୍କ ଘର ଗଞ୍ଜାମ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର