ଭଦ୍ରକ: ଯାଜପୁର ରୋଡ ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ଏକ ପ୍ରତିବାଦ ସଭା ଆଇନଜୀବୀ ଦିବ୍ୟସିଂହ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରାଧା ଦାସ, ପ୍ରଫୁଲ୍ଲ ପାଢ଼ୀ, ନିରଂଜନ ପାଣି, ବିଷ୍ଣୁ ଦାଶ, ବିନୋଦ ସାହୁ, ନବ ବେହେରା, କାଳନ୍ଦୀ ପାତ୍ର, ଜୈନୁଲ ଅବେଡିନି, ଗୟାଧର ସାହୁ, ଚକ୍ରଧର ପାତ୍ର, ସେକ କା ଲ୍ଲୁ, ସେକ ଜନି, ମାନସ ରଞ୍ଜନ ବିଶ୍ଵାଳ, କୃଷକ ନେତା ଚନ୍ଦ୍ର ଶେଖର ନାୟକ, ଦିଲ୍ଲୀପ ନାଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
ସେମାନେ କହିଥିଲେ ଯେ ରେଳ ବିଭାଗ ଯାଜପୁର ରୋଡ-ଧାମରା ରେଳପଥ ନିର୍ମାଣ ପାଇଁ ସର୍ଭେ ସରିଥିଲେ ମଧ୍ୟ, ଚଳିତ ଆର୍ଥିକ ବର୍ଷରେ ବଜେଟ୍ ରେ ଅର୍ଥ ବ୍ୟୟବରାଦ କରାଯାଇନାହିଁ। ଏହାର ପ୍ରତିବାଦ କରି ସଭା କରିବା ପରେ ଷ୍ଟେସନ ମଧ୍ୟକୁ ଯାଇ ଏକ ଗୁଡସ ଟ୍ରେନ ସମ୍ମୁଖରେ ପିକେଟିଂ କରିବାରୁ ରେଳବାଇ ପୁଲିସ ଆନ୍ଦୋଳନକାରୀ ନେତା ଦିବ୍ୟସିଂହ ନାୟକ, ରାଧା ଦାସ, ବିଷ୍ଣୁ ଦାଶ, ଚକ୍ରଧର ପାତ୍ର, ବାବୁନା ନାୟକଙ୍କ ସମେତ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରି ଆରପିଏଫ ଅଫିସରେ ଅଟକ ରଖିଥିଲେ ଓ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲେ।