ଏସୀୟ ଓ ବିଶ୍ୱ ପ୍ରତିଯୋଗିତା ଉପରେ ନଜର

ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସ ନେଇ ଅନେକ ଆଲୋଚନା ହେଉଛି। ହେଲେ ଆସନ୍ତାବର୍ଷ ଆୟୋଜିତ ହେବାକୁ ଥିବା ଏସିଆନ୍‌ ଏବଂ ବିଶ୍ୱ ଚାମ୍ପିଅନସିପ୍‌ ଉପରେ ସଂପ୍ରତି ଦୂତି ତୀକ୍ଷ୍ଣ ନଜର ରଖିଛନ୍ତି। ଅଲିମ୍ପିକ୍ସ ଲାଗି ମୁଁ କୌଣସି ସ୍ୱତନ୍ତ୍ର ଯୋଜନା କରିନାହିଁ। ଏହି ବିଷୟରେ କେବଳ ଯୋଗ୍ୟତା ପର୍ଯ୍ୟାୟ ପରେ କିଛି କହିପାରିବି। ଏହା ପରେ ଭାରତରେ କିମ୍ବା ଭାରତ ବାହାରେ ପ୍ରଶିକ୍ଷଣ ନେବି, ସେକଥା ଭାବିବି। ସେମିତି ବି ମୁଁ ବାହାରେ କେବେବି ପ୍ରଶିକ୍ଷଣ ନେଇନାହିଁ। ଏବେ ଗୋପୀଚାନ୍ଦ ଏକାଡେମିର ୧୦ ଜଣିଆ ଦଳ ଅଧୀନରେ ପ୍ରଶିକ୍ଷଣ ନେଉଛି। ସେମାନେ ଯାହା ପରାମର୍ଶ ଦେବେ, ତାହା କରିବି। ଆସନ୍ତାବର୍ଷର ଏସିଆନ୍‌ ଏବଂ ବିଶ୍ୱ ଚାମ୍ପିଅନସିପ୍‌ ଉପରେ ଏବେ ମୋର ସବୁ ନଜର ବୋଲି ଦୂତି ଏହି ଅବସରରେ କହିଥିଲେ। ବାହାରିନ ଭଳି ମଧ୍ୟପ୍ରାଚ୍ୟ ଦେଶ ଆଫ୍ରିକୀୟ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରି ସଫଳ ହେଉଥିଲା ବେଳେ ଏଥିନେଇ ସେ ଆଦୌ ଚିନ୍ତିତ ନଥିବା ଦୂତି ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ଅଲିମ୍ପିକ୍ସ ବେଳକୁ ୧୧.୨୦ ସେକେଣ୍ଡର ସମୟ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ଏସିଆଡ୍‌ ଲାଗି ମୁଁ ୧୧.୨୫ ସେକେଣ୍ଡର ଲକ୍ଷ୍ୟ ରଖିଥିଲି। ଫାଇନାଲରେ ୧୧.୩୨ ସେକେଣ୍ଡ ସମୟ ହାସଲ କରି ଏହାର ନିକଟତର ହୋଇଥିଲି। ଅଲିମ୍ପିକ୍ସ ଆଉ ଦୁଇ ବର୍ଷ ଅଛି। ବିଦେଶରେ ପ୍ରଶିକ୍ଷଣ ପରେ ମୁଁ ୧୧.୨୫ ସେକେଣ୍ଡ ଲକ୍ଷ୍ୟକୁ ହାସଲ କରିପାରିବି ବୋଲି ଦୂତି ଆହୁରି କହିଥିଲେ।

ସମ୍ବନ୍ଧିତ ଖବର