ବାସୁଦେବପୁର :ପାରିବାରିକ କଳହରୁ ଭୟଙ୍କର ପ୍ରତିଶୋଧ। ବାସୁଦେବପୁର ଥାନା ସ୍ଥିତ ଅଢୁଆଁ ଗ୍ରାମରେ ଦୁଇ ପରିବାର ମଧ୍ୟରେ ବିବାଦକୁ ନେଇ ୯ମାସର ଶିଶୁପୁତ୍ରକୁ ଅପହରଣ କରିନେବା ଏବଂ ଧରା ପଡ଼ିଯିବା ଭୟରେ ଶିଶୁଟିକୁ ବୁଦାକୁ ଫିଙ୍ଗିଦେଇ ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ପାଇ ପୁଲିସ ଏହି ଅପହରଣ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ମହିଳାଙ୍କ ସମେତ ଜଣେ ଯୁବକକୁ ଗିରଫ କରିଛି। ଅଭିଯୋଗରୁ ଜଣାଯାଇଛି, ଅଢ଼ୁଅାଁ ଗ୍ରାମର ବିଜୟ ମଲ୍ଲିକ ଓ ବିଶ୍ୱଜିତଙ୍କ ମଧ୍ୟରେ ଭୋଜି ଖାଇବାକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବିଜୟଙ୍କ ୯ମାସର ଶିଶୁପୁତ୍ର ବିଶ୍ୱଜିତକୁ ଅପହରଣ କରି ନେଇଥିଲେ। ଖୋଜାଖୋଜି କରିବା ପରେ ଏକ ବୁଦାମୂଳରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା।
ପାରିବାରିକ କଳହରୁ ଭୟଙ୍କର ପ୍ରତିଶୋଧ : ୯ମାସର ଶିଶୁକୁ ଅପହରଣ କରି ଫିଙ୍ଗିଦେଲେ
/sambad/media/post_attachments/wp-content/uploads/2018/04/thrown.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)