ବାସୁଦେବପୁର: ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ସହାୟତା ରାଶିକୁ ନେଇ ଗଲେ ମୃତକଙ୍କ ପତ୍ନୀ ଓ ଶଶୁରଙ୍କ ଭିତରେ କନ୍ଦଳ ଲାଗିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ସୁଗୋ ପଞ୍ଚାୟତରେ।
ସୂଚନା ଅନୁଯାୟୀ, ଗୋବିନ୍ଦ ଚନ୍ଦ୍ର ସାହୁ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ସେ କୋଲକାତାରୁ ଘରକୁ ଫେରୁଥିବା ବେଳେ ରେଳ ଦୁର୍ଘଟଣାଗ୍ରସ୍ତ ହେବାରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା।
ଶୋକ ସନ୍ତପ୍ତ ପରିବାରକୁ ଓଡ଼ିଶା ସରକାର ୫ ଲକ୍ଷ ଟଙ୍କା ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅର୍ଥ ମଧ୍ୟ ସ୍ତ୍ରୀଙ୍କ ଆକାଉଣ୍ଟରେ ଜମା ରହିଛି। ହେଲେ ସରକାରଙ୍କ ଠାରୁ ମିଳିଥିବା ସହାୟତା ରାଶି ହାତେଇବା ପାଇଁ ମାରି ଦେବାର ଧମକ ମିଳୁଥିବା ନେଇ ଗୋବିନ୍ଦଙ୍କ ପତ୍ନୀ ବିଜୟଲକ୍ଷ୍ମୀ ସାହୁ ବାସୁଦେବପୁର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏମିତିକି ବ୍ୟାଙ୍କ ଜମା ଖାତାରୁ ସମସ୍ତ ଟଙ୍କା ଶ୍ବଶୁର ଉଠାଇ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ପରିବାର ଭିତରେ ଥିବା ଏହି ବିବାଦର ଆପୋଷ ସମାଧାନ ହୋଇଯିବ ବୋଲି ଚର୍ଚ୍ଚା ହେଉଛି।
ବାହାନଗା ରେଳ ଦୁର୍ଘଟଣାର ସହାୟତା ରାଶିକୁ ନେଇ ଶଶୁର-ବୋହୂ ମୁହାଁମୁହିଁ, ଥାନାକୁ ଗଲା ମାମଲା
/sambad/media/post_attachments/wp-content/uploads/2021/11/basudevpur-PS-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)