ମୋତ:ଭଦ୍ରକଜିଲ୍ଲା ଚାନ୍ଦବାଲି ଏନଏସି ସାତ ନମ୍ବର ୱାର୍ଡ଼ ବଡ଼ବଜ଼ାରରେ ରହୁଥୁବା ସଂଖ୍ୟଲଘୁ ସମ୍ପ୍ରଦାୟର ନୂର ଯାହା ବିବିଙ୍କ ଘରେ ଭଡା ନେଇ ରହୁଥିବା କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଘରେ ଗୋମାଂସ ରନ୍ଧା ହେଉଥିବା ସମୟରେ କୌଣସି ସୂତ୍ରରୁ ସ୍ଥାନୀୟ ଅଞ୍ଚଳର ଯୁବକ ଖବର ପାଇ ମାଂସକୁ ଜବତ କରିବା ସହ ଚାନ୍ଦବାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ମାଂସ ଜବତ କରିବା ସହ ମାଂସ ଆଣିଥିବା ଫିରୋଜ କାଦିର ଯୁବକକୁ ଚାନ୍ଦବାଲି ଥାନାକୁ ମାଂସ ସହ ଆଣାଯାଇଇଥିଲା l ଘଟଣାସ୍ଥଳରେ ବଜରଙ୍ଗ ଦଳର କର୍ମୀ, ହିନ୍ଦୁ ଜାଗରଣ ମଞ୍ଚ ସଦଶ୍ୟ, ସ୍ଥାନୀୟ ଅଞ୍ଚଳର ଯୁବକମାନେ ପହଂଚି ହୋହାଲ୍ଲା କରିବାରୁ ଉତେଜନା ସୃଷ୍ଟି ହୋଇଥିଲା।

Advertisment

ଅଭିଯୋଗ ହୋଇଛି ଯେ ଏମିତି ଲୁଚାଇ ବାରମ୍ବାର ଗୋମାଂସ ବିକ୍ରି କରିବା ସହ ରାନ୍ଧି ଖାଉଛନ୍ତି। ତେଣୁ ପ୍ରଶାସନରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଭୋଇଛି। ଏଥିନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଜାରି ରହିଛି l ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଅଭୟ ସାମଲଙ୍କ ଏତଲାକୁ ନେଇ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l