ଭଦ୍ରକ: ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଆଜି ସକାଳୁ ଶାନ୍ତ ପଡ଼ିଛି। ଗତକାଲି ଜଣେ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଦୁଇ ଜଣ ଆହତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
/sambad/media/post_attachments/wp-content/uploads/2023/10/f7be8922-d09b-46dc-b57c-e7239302812d.jpeg)
ଗତକାଲି ବନ୍ତ ଛକରେ ଜଣେ ଯୁବକଙ୍କୁ ଛୁରାମାଡ଼ରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଭଦ୍ରକ କଚେରି ବଜାରରେ ଫଳ ଦୋକାନ ଭଙ୍ଗାରୁଜା ପରେ ଏଭଳି ଘଟଣା ଘଟିଥିଲା। ଏହାପରେ ଭଦ୍ରକ ସହରରେ ଓ ମେଡିକାଲରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଛୁରାମାଡ଼ରେ ଗୁରୁତର ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/3c613d07-b086-4042-a733-5c0b952c9dd8.jpeg)