ଗୁଜୁରାଟରେ ଅଟକିଛନ୍ତି ଭଦ୍ରକର ଦାଦନ ଶ୍ରମିକ

ଭଦ୍ରକ: ଏକ ଘରୋଇ ସଂସ୍ଥାରେ କାମ କରିବାକୁ ଯାଇ ଗୁଜୁରାଟରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଗୁଆମାଳ ପଂଚାୟତ ଭୂୟାଁଉଆସ ଗ୍ରାମର କିଛି ଶ୍ରମିକ ଅଟକି ରହିଛନ୍ତି। କରୋନା ପାଇଁ ଦେଶସାରା ଲକ୍‌ଡାଉନ ଘୋଷଣା ହେବା ଦିନଠୁଁ ସେମାନେ ସେଠାରେ ଫସି ରହିଥିବା ବେଳେ ସମ୍ପୃକ୍ତ ସଂସ୍ଥା କିମ୍ବା ସ୍ଥାନୀୟ ପ୍ରଶାସନ ସେମାନଙ୍କ ଦୁଃଖ ବୁଝୁନାହାନ୍ତି।

ଗୁଜୁରାଟ ସୁରଟର କା‌ଡୋଦରା ଅରିହାନ୍ତ ପାର୍କ ସ୍ଥିତ କିର୍ତ୍ତିପ୍ରଭା ଫ୍ୟାସନ ପ୍ରାଇଭେଟ ଲିମିଟେଡକୁ ଭଦ୍ରକ ତିହିଡ଼ି ଗୁଆମାଳ ପଞ୍ଚାୟତ ଭୂୟାଁଉଆସରୁ ମନୋଜ ରାୟ, ମିଲୁ ରାୟ, କାହ୍ନୁ ପାଣିଗ୍ରାହୀ, ଗୁଲୁ ସାହୁ, ଶୁକଦେବ ସାହୁ, ବାଙ୍ଗୁ ମହାନ୍ତି, ପ୍ରଭାତ ବେହେରା, ଶୁକୁରା ସେଠୀ, ପୁପୁନୁ ଶୁକ୍ଳା, ବିଶୁଆ ମହାନ୍ତି, ହରିଆ ବେହେରା, ପ୍ରଭାତ, ନରୋତ୍ତମ, ଉମାକାନ୍ତ, ଟିମା, ଟିକନ୍ ରାୟଙ୍କ ସମେତ ଆଉ କିଛି ଶ୍ରମିକ କାମ କରିବାକୁ ଯାଇଥିଲେ। ଲକଡାଉନ ଘୋଷଣା ହେବା ପରଠାରୁ ସମ୍ପୃକ୍ତ ସଂସ୍ଥାର ମାଲିକ ତାଲା ପକାଇ ପଳାଇଗଲେ।

ଫଳରେ ଏମାନେ ସ୍ଥାନୀୟ ନିଲମ ହୋଟେଲ ନିକଟରେ ପଡ଼ି ରହିଥିବାବେଳେ ଏବେ ବହୁ ଦୁଃଖକଷ୍ଟରେ ଅଛନ୍ତି। ପାଖରେ ଯାହା ଟଙ୍କାପଇସା ଥିଲା ସରିଗଲାଣି। ତେଣୁ ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିବେଦନ କଲେ ବି ସେମାନେ ଶୁଣୁନାହାନ୍ତି। ସମସ୍ତଙ୍କୁ ଘରକୁ ଫେରାଇ ଆଣିବା ଲାଗି ଭଦ୍ରକ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସମ୍ପୃକ୍ତ ଶ୍ରମିକଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର