ଭଦ୍ରକ: କୋଚିଳା ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଭଦ୍ରକ: ଗୁରୁବାର ସକାଳେ ଧାମନଗର ବ୍ଲକ୍‌ ଅନ୍ତର୍ଗତ କୋଚିଳା ନଦୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

ମୃତ ଯୁବକଙ୍କର ପରିଚୟ ମିଳବା ପରେ ସେ ୨୭ ବର୍ଷିୟ ସନ୍ତୋଷ ରାଉତ ବୋଲି ଜଣାପଡ଼ିଛି।

ପ୍ରଧାନୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଆଠଘରିଆ ଗ୍ରାମର ସନ୍ତୋଷ ଗତ ସନ୍ଧ୍ୟାରେ ଶୌଚ ହେବାକୁ ନଦୀକୁ ଯାଇଥିବା ବେଳେ ସମ୍ଭବତଃ ଗୋଡ଼ ଖସିଯିବା ଯୋଗୁଁ ନଈରେ ବୁଡ଼ି ଯାଇଛନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର