ଭଦ୍ରକ: ରବିବାର ପୂର୍ବାହ୍ନ ୯:୩୦ ପରେ ୧୬ ନମ୍ବର ଜାତୀୟ ରାଜପଥର ଗୋପବନ୍ଧୁ ନଗର ଛକ ନିକଟରେ ଗୋଟିଏ ସ୍କୁଟର୍ ଦୁର୍ଘଟନା ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ୧୮ ବର୍ଷିୟ ଆଲୋକ ଦାସ। ଆଲୋକ ଓ ତାଙ୍କ ମାମୁ ୩୦ ବର୍ଷିୟ ବିକାଶ ଦାସ ସ୍କୁଟର୍ ଯୋଗେ ଭୁବନେଶ୍ୱର ପଟୁ ବାଲେଶ୍ୱର ଆଡ଼କୁ ଆସୁଥିଲେ। ଗାଡ଼ିର ବେଗ ଅଧିକ ଥିବାରୁ କୌଣସି କାରଣରୁ ତାହା ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ରାଜପଥ ତଳକୁ ଖସି ପଡ଼ିଥିଲା। ସ୍କୁଟରରେ ବସି ଥିବା ଦୁଇ ଆରୋହୀ ମଧ୍ୟ ରାସ୍ତା ଧାର ଗଡ଼ାଣିରେ ତଳକୁ ଗଡ଼ିଯାଇ ଥିଲେ।
ସ୍ଥାନୀୟ ଲୋକେ ଓ ଅନ୍ୟ ପଥଚାରୀମାନେ ତୁରନ୍ତ ସେମାନଙ୍କୁ ଉଠାଇ ପାଣି ଛିଞ୍ଚାଛିଞ୍ଚି କରିବାରୁ ବିକାଶଙ୍କର ଚେତା ଫେରିଥିଲା। ଅଚେତନ ଆଲୋକଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଘୋଷଣା କରିଥିଲେ। ଦୁର୍ଘଟନା ପ୍ରଭାବରେ ତାଙ୍କ ଶରୀରର ଅଭ୍ୟନ୍ତରରେ ସାଙ୍ଘାତିକ ଆଘାତ ଲାଗିଥିବାରୁ ଘଟନାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
ଡାକ୍ତରଖାନା ତରଫରୁ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନଙ୍କ ଘରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବେତଡ଼ା ଗ୍ରାମରେ।