ଭଦ୍ରକ ଜିଲ୍ଲାରୁ ଚିହ୍ନଟ ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁରର ୩ ଏବଂ ଭଣ୍ଡାରୀପୋଖରୀ ବ୍ଲକର ୨

ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଚିହ୍ନଟ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକର ୩ ଜଣ ଏବଂ ଭଣ୍ଡାରୀପୋଖରୀ ବ୍ଲକର ୨ ଜଣ ଅଛନ୍ତି । ଟୁଇଟ୍ ଯୋଗେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲାର ୫ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ଏହାଛଡ଼ା ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ସିଲ କରିଥିବା ଜଣାଯାଇଛି।

ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ୨ଟି କରୋନା ପଜିଟିଭ ଆସିବା ପରେ ତେସିଙ୍ଗା ଓ ରହଣିଆ ନାମକ ଦୁଇଟି  ପଞ୍ଚାୟତକୁ ପ୍ରଶାସନ ସିଲ କରିଥିବା ଜଣାଯାଇଛି। ତେଣେ ବାସୁଦେବପୁର ବ୍ଲକର ଲକ୍ଷ୍ମୀଦାସପୁର, ବିନାୟକପୁର ଏବଂ ପଦ୍ମପୁର ନାମକ ତିନିଟି  ପଞ୍ଚାୟତକୁ ପ୍ରଶାସନ ସିଲ କରିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ୫ ଜଣ କରୋନା ଆକ୍ରାନ୍ତଙ୍କୁ କଟକର ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ,  ଆଜି ରାଜ୍ୟରେ ଯେଉଁ ୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ଭିତରୁ ୫ ଜଣ ଭଦ୍ରକ ଜିଲ୍ଲାର ଓ ଦୁଇ ଜଣ ବାଲେଶ୍ବର ଜିଲ୍ଲାର ବୋଲି  ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର