‘ଆମ ଓଡ଼ିଶା’ର ସହଯୋଗରେ ୨୦ରେ କରଞ୍ଜମାଳ ନେତାଜୀ କ୍ଲବର ରକ୍ତଦାନ ଶିବିର

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ କରଞ୍ଜମାଳ ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନେତାଜୀ କ୍ଲବ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କ୍ଲବ ପରିସରରେ ଅନୁଷ୍ଠିତ ହେବ। ଚଳିତ ମାସ ୨୦ ତାରିଖ ବୁଧବାର ଏହି ରକ୍ତଦାନ ଶିବିର ନେତାଜୀ କ୍ଲବ ଓ ‘ଆମ ଓଡ଼ିଶା’ ସହଯୋଗରେ ଅନୁଷ୍ଠିତ ହେବ। ଏଥି ସହିତ ନେତାଜୀଙ୍କ ଜୟନ୍ତୀ ପାଳନ ଅବସରରେ ସ୍ୱଚ୍ଛଭାରତ,ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଆଜି କ୍ଲବର ସଭାପତି ଭାଗିରଥି ସୂତାରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରମେଶ ଚନ୍ଦ୍ର ବାରିକ, ପ୍ରମୋଦ ନାୟକ, ତପନ ନାୟକ ଜଗନ୍ନାଥ ଅଶୋକ ମାଇତି ,ରଞ୍ଜନ ମାଇତି, ଲୁଟୁ ଜେନା ,ବାବୁ ଦାସ ପ୍ରମୁଖଙ୍କ ସମେତ କ୍ଲବର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଞ୍ଚଳବାସୀ ଆଗେଇ ଆସିବାକୁ କ୍ଲବ ତରଫରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର