ଭଦ୍ରକ: ଶୁକ୍ରବାର ସକାଳେ ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତର ବୋଇତେଇ ସାହିର ଦଶନ୍ଧିଆ ଗଡ଼ିଆ ଠାରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ନେରଡ଼ା ଗ୍ରାମର ପବନା ଦଳେଇ। ଗାମୁଛାରେ ଫାଶୀ ଲଗାଇ ସେ ଗୋଟାଏ ବରଗଛରେ ଓହଳିଥିବା ଲୋକେ ଦେଖିଥିଲେ।
ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।
ଭଣ୍ଡାରୀପୋଖରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/banyan-tree.jpg)