ଭଦ୍ରକ: ଭଦ୍ରକର ଚରମ୍ପା ସହରର ବିଶାନି ଖୋରଧା ଅଞ୍ଚଳରେ ଆଜି ରାତି ୯ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ଘର ଉପରକୁ ପେଟ୍ରୋଲ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି। ଲଗାତର ୬ଟି ବୋମା ପକାଇ ଥିବା ସନ୍ଦେହ କରାଯାଉଛି। ପୂର୍ବ ଶତ୍ରୁତାରୁ ଏଭଳି ବୋମାମାଡ଼ ହୋଉଥିବା ନେଇ ସୂଚନା ମିଳିଛି।

Advertisment

ବୋମାମାଡ଼ ଶବ୍ଦ ଶୁଣି ଲୋକେ ଆତଙ୍କିତ ହୋଉଥିବା ବେଳେ ଦୁର୍ବୃତ୍ତଙ୍କୁ ଲୋକେ ପିଛା କରି ଗୋଡ଼ାଇ ଥିଲେ ମଧ୍ୟ ସେମାନଙ୍କ ଟେର ପାଇ ନଥିଲେ। ବୋମାମାଡ଼ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରିଛି। ଏହି ବୋମାମାଡ଼ କରି ଫେରାର ହୋଇଯାଇଥିବା ଅନ୍ୟ ଯୁବକଙ୍କୁ ଧରିବା ପାଇଁ ଭଦ୍ରକ ଟାଉନ ପୁଲିସର ଏକ ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି। ଦୁର୍ବୃତ୍ତ ଯେଉଁ ରାସ୍ତା ଦେଇ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲା ସେହି ରାସ୍ତାରେ ଏକ  ପୁଲିସ ଟିମ ଖୋଜା ଖୋଜି ଆରମ୍ଭ କରିଛି।  

ଦୁର୍ଗାପୂଜା ଓ କାଳୀ ପୂଜା ପୂର୍ବରୁ ଚରମ୍ପାରେ ଏଭଳି ପେଟ୍ରୋଲ ବୋମାମାଡ଼ ପୁଲିସକୁ ଚାଲେଞ୍ଜ କରିଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଉଥିବା ବେଳେ କାହାର କିଛି କ୍ଷତି ହୋଇନାହିଁ।

ଚରମ୍ପା ସହରର ବିଭିନ୍ନ ପ୍ରବେଶ ପଥରେ ପୁଲିସର ଯାଞ୍ଚ କଡ଼ାକଡ଼ି କରାଯାଇଛି। ଦୁର୍ବୃତ୍ତ ଯେଉଁଠି ବି ଲୁଚି ଥିଲେ ବି ତାକୁ ଖୋଜି ବାହାର କରାଯିବ ବୋଲି ଟାଉନ ଆଇଆଇସି ଶ୍ରୀ ମିଶ୍ର କହିଛନ୍ତି। ତଦନ୍ତ ଜାରି ରହିଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ପୁଲିସ ଅମଙ୍ଗ ହୋଇଛି। 

Bhadrak