ବାସୁଦେବପୁର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ସିଡିପିଓ

ବାସୁଦେବପୁର : ଭିଜିଲାନ୍ସ ଜାଲରେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ । ନିଜ ଡ୍ରାଇଭରର ଦରମା କରିଦେବାକୁ ୩ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ବାସୁଦେବପୁର ସିଡିପିଓ ଜାନକି ଦାସ । ଡ୍ରାଇଭର ରାଜକିଶ୍ଵର ରାଏ ଙ୍କର ବକେୟା ଦରମା ବିଲ ପାସ କରାଇ ଦେବା ପାଇଁ ତିନି ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସିଡିପିଓ ଜାନକୀ ଦାସ । ଏ ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ଆଣିଥିଲେ ଡ୍ରାଇଭର । ଫଳରେ ଆଜି ସିଡିପିଓ ଜାନକୀ ଦାସ ଡ୍ରାଇଭର ରାଜକିଶ୍ଵର ରାୟ ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ପୂର୍ବପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଏହି ଚଢ଼ାଉରେ ଭିଜିଲାନ୍ସ ଡିଏସପି ଡି.ସି. ମୁର୍ମୁ ଓ ଡିଏସପି ଏ.କେ. ସାମନ୍ତ ରାଏ ଓ ବାଲେଶ୍ଵର , ଭଦ୍ରକ ଭିଜିଲାନ୍ସ କର୍ମଚାରି ମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର