ଭଦ୍ରକ: ଭଦ୍ରକ ସହର ହେଉଛି ଏକ ଜବର ଦଖଲର ସହର। କିଛି ମୁଷ୍ଟିମେୟ ଲୋକ ଦୀର୍ଘ ବର୍ଷ ହେଲା ସହରର ସରକାରୀ ଜମି, ଡ୍ରେନ, ନୟନଯୋରି, ସରକାରୀ ପଡିଆ ଜମିକୁ ଜବରଦଖଲ କରି ରଖିଛନ୍ତି। କିଛି ଲୋକ ଏହିସବୁ ଜମିକୁ ନିଜ ଅକ୍ତିଆରରେ ରଖି ବଡ଼ବଡ଼ ଅଟ୍ଟାଳିକା କରି ଭଡ଼ଶ ଲଗାଇବା ସହ ଦୋକାନ ଘର, ମାର୍କେଟ କମ୍ପ୍ଲେକ୍ସ କରିଛନ୍ତି। ଏଥିରୁ ଲକ୍ଷଲକ୍ଷ ଟଙ୍କାର ଫାଇଦା ଉଠାଇ ଚାଲିଛନ୍ତି। କିଛି ଲୋକ ସରକାରୀ ଜମି ଦଖଲ କରି ଏହାକୁ ଭାଙ୍ଗିବାକୁ ଗଲା ବେଳକୁ ପ୍ରଶାସନିକ ଅଧିକାରୀଙ୍କ ଉପରେ ଦାଦାଗିରି ଦେଖାଉଛନ୍ତି।
ସୁରକ୍ଷା ଦାୟିତ୍ବରେ ଥିବା ପୁଲିସକୁ ନାଲି ଆଖି ଦେଖାଉଛନ୍ତି। ଭଦ୍ରକ ସହର ଏହିଭଳି କିଛି ଜବର ଦଖଳକାରୀଙ୍କ ପାଇଁ ବିଶୃଙ୍ଖଳିତ ହୋଇରହିଛି। ଏ ସହରକୁ ଏକ ସ୍ମାର୍ଟ ସହରକୁ ଅମୃତ ସହର ଯୋଜନାରେ ସାମିଲ କରି ଯାଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ। ତାଙ୍କ ପରେ ଭଦ୍ରକରେ ଭଦ୍ରକର ପୂର୍ବତନ ବିଧାୟକ ହୋଇଥିବା ସଂଜୀବ ମଲ୍ଲିକ ଭଦ୍ରକ ସହରକୁ ସ୍ମାର୍ଟ ସହର କରିବାର ସ୍ବପ୍ନ ଦେଖିଥିଲେ। ସହରର ଜବର ଦାଖଲ ଉଚ୍ଛେଦ ଗତ ସରକାର ସମୟରେ ଶ୍ରୀ ମଲ୍ଲିକ ଆରମ୍ଭ କରିଥିଲେ। ତାଙ୍କର ଏହି ଉଚ୍ଛେଦ ପ୍ରକ୍ରିୟାକୁ ସହରବାସୀ ସେତେବେଳେ ସ୍ଵାଗତ କରିଥିଲେ।
ରାଜନୀତିର ପଶାପାଲିରେ ଏହି ଉଚ୍ଛେଦ ପ୍ରକ୍ରିୟା ଅଧାବାଟରେ ରହିଗଲା। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲା। ସରକାର କ୍ଷମତାକୁ ଆସିବ ମାତ୍ରେ ରାଜ୍ୟର ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଉପରେ ଅଭିଯାନ ଆରମ୍ଭ ହେଲା। ଏହି ନ୍ୟାୟରେ ଭଦ୍ରକରେ ମଧ୍ୟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେଲା। ଭଦ୍ରକ ବିଧାୟକ ଅଛନ୍ତି ଏବେ ସୀତାଶୁ ଶେଖର ମହାପାତ୍ର। ସହରରୁ ରାସ୍ତା କଡ଼ରୁ ଜବର ଦଖଲ ଉଚ୍ଛେଦ କରାଯିବା ସହ ଏକ ପ୍ଲାନିଁ ସହରର ପରିକଳ୍ପନା କରି ବିଧାୟକ ଶ୍ରୀ ମହାପାତ୍ର ଏକ ଯୋଜନା ଆରମ୍ଭ କରିଛନ୍ତି। ଭଦ୍ରକର ପୁରୁଣା କଚେରି ମାର୍କେଟ ଠାରୁ ଆରମ୍ଭ କରି ନୂଆ ବଜାର, ଚରମ୍ପା, ଭଦ୍ରକ କଲେଜ ରୋଡ଼, ଆରଡିଛକ, ବନ୍ତ ଛକ, ମିଟେଲ ଛକ, ଭିଆଇପି କଲୋନି ଏରିଆ ରାସ୍ତାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।
ସହରର ଭିତରେ ରାସ୍ତାକଡ଼ରେ ଥିବା ମାଛ, ମାଂସ ଦୋକାନକୁ ବାଇପାସ୍ସ୍ଥିତ ଆର ଏମ୍ସି ମାର୍କେଟକୁ ଉଠାଇବାରେ ସଫଳ ହୋଇଛନ୍ତି। ଏବେ ଆରମ୍ଭ ହୋଇଛି ଭଦ୍ରକର ବାଇପାସ୍ ଛକରୁ ସରକାର ନଗର ଛକ ପର୍ଯ୍ୟନ୍ତ ଭଦ୍ରକ ଚାନ୍ଦବାଲିର ଉଭୟ ପାର୍ଶ୍ଵ ରାସ୍ତାକଡର ଜବତଦଖଲ ଉଚ୍ଛେଦ ପ୍ରକ୍ରିୟା। ସହରରୁ ଜବର ଦଖଲ ପୁରୁଣା ବଜାର, ଚନ୍ଦନ ବଜାର ଦେଇ ମା ଭଦ୍ରଙ୍କଳୀଙ୍କ ପୀଠ ପର୍ଯ୍ୟନ୍ତ ଉଚ୍ଛେଦ କରାଯିବା। ଯେଉଁମାନେ ରାସ୍ତାକଡ଼ରେ ଜବର ଦଖଲ କରି ରଖିଛନ୍ତି। ସମସ୍ତଙ୍କୁ ଉଚ୍ଛେଦ କରାଯିବ। ଏଭଳି ନିଷ୍ପତି ପ୍ରଶାସନ ନେଇଛି। ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ।
ପ୍ରଶାସନର ଏହି ଉଚ୍ଛେଦ ପ୍ରକ୍ରିୟାକୁ ସାଧାରଣରେ ସହଯୋଗ ଓ ସମର୍ଥନ ମିଳୁଛି। କିନ୍ତୁ କିଛି ମୁଷ୍ଟିମେୟ ଲୋକ ଏହାକୁ ବିରୋଧ କରୁଛନ୍ତି। ସେମାନଙ୍କ କହିବା କଥା ଆମେ ବର୍ଷା ବର୍ଷ ଧରି ରାସ୍ତାକଡ଼ରେ ଦୋକାନ କରି ଜୀବିକା ନିର୍ବାହ କରୁଥିଲୁ। ଉଚ୍ଛେଦ ପ୍ରକ୍ରିୟା ପରେ ଆମର ଦୋକାନ ଘର ସବୁ ଭାଙ୍ଗି ଯାଇଛି। ଆମକୁ ଭେଣ୍ଡିଂ ଜୋନ କରି ଦୋକାନ ଘର ଯୋଗାଇ ଦିଆଯାଉ। ଉଠାଦୋକାନୀଙ୍କୁ ଥଇଥାନ କରାଯାଉ। ଏହା ଏକ ଭିନ୍ନ ପ୍ରସଙ୍ଗ ହୋଇପାରେ। ମାତ୍ର ସରକାରୀ ଜମିକୁ ମାଡ଼ି ବସି ଆଉ ଛାଡ଼ିବୁ ନାହିଁ।
ଏଭଳି ମାନସିକତା ରଖି ଭଦ୍ରକ ସହରକୁ ଏକ ବିଶ୍ରୁଖଳିତ ସହର କରି ରଖିବା। ଏହାର ଡ୍ରେନକୁ ପରିବା ଚୋପା, ଫଳ ଚୋପାରେ ପୋତି ପକାଇବା ଭଳି ମାନସିକତା ଆଦୋ ଠିକ ନୁହେଁ। ଭଦ୍ରକ ସହରର ରାସ୍ତା, ଘାଟ, ଡ୍ରେନ ସବୁ ଜବର ଦଖଲରେ ରହିଛି। ଯେଉଁ ସ୍ଥାନରୁ ଜବର ଦଖଲ ଉଠିଛି। ପୁଣି ସେହି ସବୁ ରାସ୍ତା ଉପରେ ଛତା ଟାଣି ଦୋକାନ ଖୋଲି ଦୋକାନୀ ବସିଛନ୍ତି। ଏମିତି ହେଉଛି ସକାଳ ସମୟରେ ଭଦ୍ରକ ସହର ଦେଇ ରାସ୍ତାରେ ଆମ୍ବୁଲାନ୍ସ ଟିଏ ଯିବା ମଧ୍ୟ ସମ୍ଭବ ହୋଇପାରି ନାହିଁ। ଯେତିକି ଜବର ଦଖଲ ଉଚ୍ଛେଦ ହେଉଛି। ସେତିକି ଅଞ୍ଚଳକୁ ପୁଣି ଲୋକେ ମାଡି ବସିଛନ୍ତି। କିଏ ରାସ୍ତା ଉପରେ ଟ୍ରକ୍, ବସ୍ ଠିଆ କଲାଣି ତ ଆଉ କିଏ ରାସ୍ତା କୁ ମାଡି ରାସ୍ତା ଉପରେ ବସି ପରିବା ବିକିଲାଣି।
ଭଦ୍ରକରେ ଏଭଳି ଅବସ୍ଥା ପ୍ରତି ସାଧାରଣ ଲୋକେ ନାପସନ୍ଦ କରୁଛନ୍ତି। ଭଦ୍ରକ ସହରରେ ପୁଣି ଆଜି ଦ୍ଵିତୀୟ ପର୍ଯ୍ୟାୟ ଜବର ଦଖଲ ଉଚ୍ଛେଦକୁ ସାଧାରଣ ଲୋକେ ସମର୍ଥନ କରୁଛନ୍ତି। ସହରକୁ ସରସ ସୁନ୍ଦର କରିବା ପାଇଁ ପ୍ରଶାସନର ପଦକ୍ଷେପକୁ ଲୋକେ ସମର୍ଥନ କରୁଥିବା ବେଳେ ଜବର ଦଖଲକୁ ଲୋକେ ନାପସନ୍ଦ କରୁଛନ୍ତି। ଏହି ଦିଗ ପ୍ରତି ପ୍ରଶାସନ ଦୃଷ୍ଟି ଦେବା ଉଚିତ। ରାସ୍ତା ଉପରୁ ହାଟ ଉଠୁ ବୋଲି ଭଦ୍ରକର ହଜାର ହଜାର ଲୋକ ଦାବି ଉଠାଇଛନ୍ତି। ରାସ୍ତା କାହାର ପୈତୃକ ସମ୍ପତ୍ତି ନୁହେଁ। ଏହା ସର୍ବସାଧାରଣଙ୍କର। ସର୍ବସାଧାରଣଙ୍କ ବ୍ୟବହାର ପାଇଁ ସହରର ରାସ୍ତା ଘାଟ ଓ ଡ୍ରେନ ବ୍ୟବସ୍ଥାକୁ ମୁକ୍ତ ରଖା ଯାଉ ବୋଲି ଲୋକେ ଦାବି କରିଛନ୍ତି। ଯିଏ ଦୋକାନ ବଜାର କରିବେ ନିଜ ଘରେ କିମ୍ବା ନିଜେ ଭଡା ନେଇ ଦୋକାନ କରନ୍ତୁ। ନଚେତ ସରକାର ସେମାନଙ୍କୁ ଏକ ଶ୍ରୁଙ୍ଖଲିତ ସ୍ଥାନରେ ଭେଣ୍ଡିଙ୍ଗିଁ ଜୋନ କରି ସ୍ଵତନ୍ତ୍ର ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରି ଦୋକାନ କରିବାର ସୁଯୋଗ ଦେଉ ବୋଲି ଲୋକେ ଦାବି ଉଠାଇଛନ୍ତି। ସହରରୁ ଜବର ଦଖଲ ଉଚ୍ଛେଦ ହେଉଛି ଏହି ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ଲୋକେ ମତ ଦେଇଛନ୍ତି।
Bhadrak