ଭଦ୍ରକ: ଭଣ୍ଡାରିପୋଖରି ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୧୬ ନମ୍ବର ପଇଁରାପାଖୀ-ମଜୁରୀ ଗଡ଼ିଆ ମଧ୍ୟରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବେଳେ ବସ୍ ‘କଳ୍ପନା’ର ଚାଳକ ଭାରସାମ୍ୟ ହରାଇଥିଲେ। ଆହତମାନଙ୍କୁ ଭଣ୍ଡାରିପୋଖରି ହସ୍ପିଟାଲ ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2018/08/bdk2-300x169.jpg)
ମିଳିଥିବା ସୂଚନା ଅନୁସାରେ ୭୫ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା କଳ୍ପନା ଟ୍ରାଭେଲସ୍ ରାତି ୧୦ଟା ୩୦ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଭଣ୍ଡାରିପୋଖରି ହସ୍ପିଟାଲରେ ୮ ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଭଦ୍ରକ ହସ୍ପିଟାଲରେ ୨୨ଜଣଙ୍କୁ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ସୂଚନା ମିଳିବା ପରେ ଘଟଣାସ୍ଥଳକୁ ଦମକଳ ବାହିନୀ ଓ ୪ଟି ଆମ୍ବୁଲାନ୍ସ ପହଞ୍ଚିଛି। ଆହତମାନଙ୍କୁ ଆମ୍ବୁଲାନ୍ସ, ଘରୋଇ କାର ଓ ଅଟୋ ମାଧ୍ୟମରେ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି। ବସ୍ର ଚାଳକ ମଧ୍ୟ ଆହତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଭଦ୍ରକ, ଧାମନଗର, ଭଣ୍ଡାରୀପୋଖରୀ ପୁଲିସ ଉପସ୍ଥିତ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/bdk1.jpg)